ଓଡିଶା

odisha

By

Published : Oct 23, 2021, 10:59 PM IST

ETV Bharat / state

କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଖଣ୍ଡୁଆଲ ଯାତ୍ରା

କଳାହାଣ୍ଡି ଜିଲ୍ଲା କର୍ଲାପାଟର ପ୍ରସିଦ୍ଧ ଖଣ୍ଡୁଆଲ ଯାତ୍ରା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି । ଅଧିକ ପଢନ୍ତୁ ...

Khandual yatra on covid19 guideline in kalahandi
କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଖଣ୍ଡୁଆଲ ଯାତ୍ରା

ଭବାନୀପାଟଣା :କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଖଣ୍ଡୁଆଲ ଯାତ୍ରା। ୩୧ଟି ଗାଁ ଲୋକେ ସାମିଲ ହୋଇଛନ୍ତି । କୋଭିଡ ମହାମାରୀ ବିଗାଡି ଦେଇଥିଲା ଚଳିତ ବର୍ଷ ଯାତ୍ରାର ମହକ।

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟର ପର୍ବତ ଶିଖରରେ ପୂଜା ପାଆନ୍ତି ଖଣ୍ଡୁଆଲ ଦେବତା। ଆଉ କଣୀଗୁମା ଗାଁ ଲୋକଙ୍କ ଏହି ଦେବୀକୁ ନିଜର ଇଷ୍ଟଦେତା ମାନ୍ୟତା ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି ଯେଉଁ ଅନାଦି କାଳରୁ। ଏହି ଯାତ୍ରାରେ ଆଖପାଖ ପ୍ରାୟ ୩୧ ଟି ଗାଁ ଲୋକେ ସାମିଲ ହୁଅନ୍ତି। ଯାତ୍ରାପାଇଁ ଅନ୍ୟବର୍ଷ ମାନଙ୍କରେ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠେ କଣୀଗୁମା ଗାଁ। ପ୍ରତିଯୋଗିତା ,ନାଚ,ଗୀତ ପାଇଁ ସମସ୍ତଙ୍କର ଅପେକ୍ଷା ଥାଏ ସେଦିନର ସନ୍ଧ୍ୟାକୁ। କିନ୍ତୁ କୋଭିଡ ମହାମାରୀ ବିଗାଡି ଦେଇଥିଲା ଚଳିତ ବର୍ଷ ଯାତ୍ରାର ମହକ।

କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଖଣ୍ଡୁଆଲ ଯାତ୍ରା

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଧିବିଧାନ ପୂର୍ବକ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ମଙ୍ଗଳ କାମନା ପାଇଁ ରାଜରାଜୁଡା ଶାସନ ସମୟରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ମାନସିକ ପୂରଣ ପାଇଁ ଭକ୍ତ ମାନେ ପଶୁବଳି ବି ଦେଇଥାନ୍ତି। ଏହି ଯାତ୍ରା ମାଧ୍ୟମରେ ଖଣ୍ଡୁଆଲ1 ଦେବତାଙ୍କ ପୂଜାର୍ଚ୍ଚନା ଦ୍ବାରା ଗାଁକୁ ରୋଗପୋକ ଦାଉରୁ ମଧ୍ୟ ରକ୍ଷା ମିଳିଥାଏ ବୋଲି ଅଞ୍ଚଳବାସୀଙ୍କ ବିଶ୍ବାସ ରହିଛି।

୧୯୯୨ ମସିହା ଠାରୁ ଏହି ଯାତ୍ରା ରେ ନିଜକୁ ସାମିଲ କରି ଗାଁର ଖଣ୍ଡୁଆଲ ପୂଜା କମିଟି ଆରମ୍ଭ କଲା ଆଦିବାସୀ ମହିଳାଙ୍କ ବିକାଶ ପାଇଁ ଜୀବନଜୀବିକା ତଥା କଳା ସଂସ୍କୃତି କୁ ନେଇ ଅନେକ ପ୍ରତିଯୋଗିତା। ଯାହାକୁ ନେଇ ବେଶ ଉତ୍ସାହିତ ହୋଇ ପଡୁଥିଲେ ଆଦିବାସୀ ମହିଳା।କିନ୍ତୁ ଚଳିତ ବର୍ଷ ଆଉ ନାହିଁ ସେହି ପ୍ରତିଯୋଗିତା କିମ୍ବା ଦୁଲୁକି ନାହିଁ ଖଣ୍ଡୁଆଲ ମଞ୍ଚ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details