ଓଡିଶା

odisha

ETV Bharat / state

କୋଭିଡ କଟକଣାରେ ପାଳିତ ହେଲା ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା - Covid Infected

ବିନା ଶ୍ରଦ୍ଧାଳୁରେ ଶେଷ ହେଲା ମା'ଙ୍କ ଯାତ୍ରା । କୋଭିଡ କଟକଣାରେ ପାଳିତ ହେଲା ମା'ଙ୍କ ଖଣ୍ଡାବସା ଯାତ୍ରା । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ପାଳିତ ହେଲା ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା
କୋଭିଡ କଟକଣାରେ ପାଳିତ ହେଲା ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା

By

Published : Sep 29, 2021, 9:55 PM IST

ଭବାନୀପାଟଣା: କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ଜିଲ୍ଲାର ଆରାଧ୍ୟ ଦେବୀ ମା' ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା । ବିଧି ବିଧାନ ପୂର୍ବକ ପଵିତ୍ର ମୂଳାଷ୍ଟମୀରେ ମା'ଙ୍କ ପାଟ ଖଣ୍ଡାକୁ ମାର୍ଜନ କରାଯିବା ପରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ରାତ୍ର ସମୟରେ ମନ୍ଦିର ନିକଟରେ ଥିବା ଡାକ ବଙ୍ଗଳାରେ କଳାହାଣ୍ଡି ମହାରାଜ ମାଙ୍କ ପାଟ ଖଣ୍ଡାକୁ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ଖଣ୍ଡା ବସା ଯାତ୍ରା । ପରେ ମାଙ୍କ ପାଟ ଖଣ୍ଡାକୁ ମନ୍ଦିରରେ ପୂଜା କରାଯାଇଥିଲା ।

କୋଭିଡ କଟକଣାରେ ପାଳିତ ହେଲା ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା

ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ରହିଥିଲା ସମଗ୍ର ଅଞ୍ଚଳ । ମା'ଙ୍କ ଖଣ୍ଡାବସା ଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଠାରୁ ୫ଶହ ମିଟର ଅଞ୍ଚଳ ମଧ୍ୟରେ ୧୪୪ ଧାରା ଲଗାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details