ଓଡିଶା

odisha

ETV Bharat / state

ବୁଧବାର ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା

ଅଣ୍ଡର ବ୍ରିଜ ନାହିଁ ତ ତୃତୀୟ ଲାଇନ ସଂଯୋଗ ନାହିଁ । ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ଆସନ୍ତା କାଲି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା। ଅଧିକ ପଢନ୍ତୁ..

By

Published : Jan 21, 2020, 9:20 PM IST

kesinga bandh tomorrow for under bridge issue
ଆସନ୍ତା କାଲି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା

କଳାହାଣ୍ଡି: ଅଣ୍ଡର ବ୍ରିଜ ନାହିଁ ତ ତୃତୀୟ ଲାଇନ ସଂଯୋଗ ନାହିଁ । ଏହି ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ବୁଧବାର ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା। ଡିଆରଏମଙ୍କ ସହ ଆଲୋଚନାରେ ସନ୍ତୁଷ୍ଟ ହେଲେନି କେସିଙ୍ଗାବାସୀ । ଏନେଇ ସହରରେ ଅଣ୍ଡର ବ୍ରିଜ ନ ହେବା ପର୍ଯ୍ୟନ୍ତ ତୃତୀୟ ଲାଇନ ସଂଯୋଗୀକରଣକୁ ନ କରାଇଦେବା ଜିଦ ରେ ଅଟଳ ରହିଛନ୍ତି। ଏଣୁ ଆସନ୍ତା କାଲି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା ଦିଆଯାଇଛି।

ଆସନ୍ତା କାଲି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା

ସମସ୍ତ ସହରବାସୀ ରେଳ ଫାଟକ ସାମ୍ନାରେ ଧାରଣାରେ ବସି ବିରୋଧ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ବନ୍ଦରେ ଶିକ୍ଷାଅନୁଷ୍ଠାନ ଓ ଗାଡି ମୋଟର ଚଳାଚଳକୁ ବାଦ ଦିଆଯାଇ ଥିବାବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦର ଆହ୍ବାନ ଦିଆଯାଇଛି। ସହରର ସମସ୍ତ ସଙ୍ଗଠନ ଓ ବୁଦ୍ଧିଜୀବୀମାନେ ଏହି ବନ୍ଦକୁ ସମର୍ଥନ କରି ସାମିଲ ହେବାର ସହମତି ଜଣାଇଛନ୍ତି।

ଏହି ପ୍ରସଙ୍ଗରେ ଅଞ୍ଚଳବାସୀ ସାଙ୍କେତିକ ଭାବରେ ରେଳ ବନ୍ଦ ନ କରି ଟ୍ରାକ କଡରେ ଛିଡା ହୋଇ ନିଜର ବିରୋଧ ପ୍ରକଟ କରିବେ ବୋଲି ସୂଚନା ଦେଇଛନ୍ତି। ସମ୍ବଲପୁର ଡିଆରଏମ ପ୍ରଦୀପ କୁମାର ସହର ବାସୀଙ୍କ ସହ ଆଜି ରେଳ ଷ୍ଟେସନରେ ଆଲୋଚନା କରିଥିଲେ। ତୃତୀୟ ଲାଇନ ହେଲେ ଆହୁରି ଅଧିକ ସମୟ ଫାଟକ ବନ୍ଦ କଥାକୁ ସ୍ବୀକାର ମଧ୍ୟ କଲେ। କିନ୍ତୁ ଏଠାରେ ଜାତୀୟ ରାଜପଥ 26 ଯାଇ ଥିବାରୁ ଏହା ତାର କାର୍ଯ୍ୟ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ଯଦି ଫାଟକ ବନ୍ଦ ର ସହମତି ଦେଲେ ସେମାନେ ଅଣ୍ଡର ବ୍ରିଜ କରିପାରିବେ ବୋଲି କହିଥିଲେ। ଯେଉଁଥିରେ ଏଠିକାର ଅଧିବାସୀ ଅସନ୍ତୋଷ ପ୍ରକାଶ କରି ଅଣ୍ଡର ବ୍ରିଜ ପୂର୍ବରୁ ତୃତୀୟ ଲାଇନକୁ ଯୋଡିବା ପାଇଁ ବିରୋଧ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଆନ୍ଦୋଳନ ଏବେ ଶାନ୍ତି ପୂର୍ଣ୍ଣ ଭାବରେ କରାଯାଉଛି ଆଗକୁ ଏହା ଚାଲୁ ରହିବ। ଟ୍ରେନ ବନ୍ଦ ଆଦି ହେବ। ଯାହା ପାଇଁ ସରକାର ଓ ରେଳ ବିଭାଗ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଦାବି କହିଛନ୍ତି। ସେପଟେ ସାଂସଦ ବସନ୍ତ ପଣ୍ଡା ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସେ ବ୍ୟକ୍ତିଗତ ଭାବରେ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗ ଉଠାଇବେ ଏବଂ ଆଗରୁ ମଧ୍ୟ ସଂସଦରେ ସେ ପ୍ରଶ୍ନ କରିଛନ୍ତି । ଏଣୁ ଅଞ୍ଚଳର ସ୍ବାର୍ଥ ଦୃଷ୍ଟିରୁ ସେ ଲୋକଙ୍କ ସହ ରହିବେ ବୋଲି କହିଛନ୍ତି। କେସିଙ୍ଗା ଓକିଲ ସଙ୍ଘ ସଭାପତିଙ୍କ ସହ ବ୍ୟବସାୟିକ ସଂଘର ସଭାପତି ଯୋଗ ଦେବେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details