ଓଡିଶା

odisha

ETV Bharat / state

ଭବାନୀପାଟଣାରେ କେବିକେ କନ୍ଧମାଳର 10 ଟି ଜିଲ୍ଲାର ସମ୍ମିଳନୀ - କେବିକେ କେନ୍ଦ୍ରୀୟ ଅନୁଦାନର ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି

କଳାହାଣ୍ଡିର କେବିକେ କନ୍ଧମାଳର ୧୦ ଟି ଜିଲ୍ଲାର ସମ୍ମିଳନୀ ଭବାନୀପାଟଣାରେ ଅନୁଷ୍ଠିତ ହୋଇଯାଇଛି । ଦେଶର ସବୁଠୁ ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଓ କନ୍ଧମାଳ ଅଞ୍ଚଳକୁ କେନ୍ଦ୍ର ସରକାର ବନ୍ଦ କରିଥିବା ବିଭିନ୍ନ କେନ୍ଦ୍ରୀୟ ଅନୁଦାନର ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

kbk-kandhamal-10-district-meeting-at-bhawanipatna-demand-centyral-fund-for-development-of-kbk-region
ଭବାନୀପାଟଣାରେ କେବିକେ କନ୍ଧମାଳ 10 ଟି ଜିଲ୍ଲା ସମ୍ମିଳନୀ

By

Published : Mar 1, 2020, 9:38 AM IST

ଭବାନୀପାଟଣା: କେବିକେ କନ୍ଧମାଳର 10ଟି ଜିଲ୍ଲାର ସମ୍ମିଳନୀ । ଏକ ସମ୍ପୂର୍ଣ୍ଣ ଅଣ ରାଜନୈତିକ ସଂଗଠନ କେବିକେ କନ୍ଧମାଳର ୧୦ ଟି ଜିଲ୍ଲାର ସମ୍ମିଳନୀ କଳାହାଣ୍ଡିର ଭବାନୀପାଟଣାରେ ଅନୁଷ୍ଠିତ ହୋଇଯାଇଛି । କେବିକେ ଓ କନ୍ଧମାଳ ଅଞ୍ଚଳକୁ କେନ୍ଦ୍ର ସରକାରପରିବର୍ତ୍ତନ ପରେ ବନ୍ଦ ହୋଇଥିବା ବିଭିନ୍ନ କେନ୍ଦ୍ରୀୟ ଅନୁଦାନର ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି କରିଛନ୍ତି ।

ଭବାନୀପାଟଣାରେ କେବିକେ କନ୍ଧମାଳ 10 ଟି ଜିଲ୍ଲା ସମ୍ମିଳନୀ

ଗ୍ରୀନ କଳାହାଣ୍ଡିର ଆବାହକରେ ପ୍ରତ୍ୟେକ୍ଷ ଭାବେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ପୌରାହିତ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଦେଶର ସବୁଠୁ ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଓ କନ୍ଧମାଳ ଅଞ୍ଚଳର ବିକାଶ ପାଇଁ ସ୍ବୟଂଶାସିତ ପରିଷଦ ଅଞ୍ଚଳ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି । ଏହି ସମ୍ମିଳନୀରେ କଳାହାଣ୍ଡିରେ କେବିକେ କନ୍ଧମାଳର ୧୦ ଟି ଜିଲ୍ଲାର ଏକ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ କର୍ମୀ, ବାମଦଳ, ବୁଦ୍ଧିଜୀବୀ ଓ ସମର୍ଥକ ଯୋଗ ଦେଇଛନ୍ତି। ୨୦୧୪ରୁ କେନ୍ଦ୍ର ସରକାରର ପରିବର୍ତ୍ତନ ପରେ ବନ୍ଦ ହୋଇଥିବା ବିଭିନ୍ନ କେନ୍ଦ୍ରୀୟ ଅନୁଦାନର ପୁନଃକାର୍ଯ୍ୟକ୍ଷମ ସହ ଆଞ୍ଚଳିକ ବୈଷମ୍ୟତା ଦୂର କରିବା ପାଇଁ ମତପ୍ରକାଶ ପାଇଛି । ଏଥିସହ ନୂତନ ଭାବେ କେବିକେ ଓ କନ୍ଧମାଳ ଅଞ୍ଚଳକୁ ନେଇ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଭୂଜବଳ ମାଝୀ, ନକୁଳ ନାୟକ, ବଲାଙ୍ଗୀର, ରାୟଗଡା ଓ କଳାହାଣ୍ଡିର ପ୍ରମୁଖ ରାଜନେତା ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details