ଓଡିଶା

odisha

ETV Bharat / state

କୋରୋନା କଟକଣାରେ କଳାହାଣ୍ଡିରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା - covid guidelines

କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋଭିଡ କଟକଣାରେ ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । କୋରୋନା କଟକଣା ସତ୍ତ୍ବେ ଜିଲ୍ଲାର ବିଭିନ୍ନ ନଦୀ ନାଳ ପୋଖରୀ କୂଳରେ ପାଳିତ ହୋଇଛି ଏହି ପବିତ୍ର ଉତ୍ସବ।

kartika-purnima
କଟକଣାରେ ଭିତରେ କଳାହାଣ୍ଡିରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

By

Published : Nov 30, 2020, 2:19 PM IST

ଭବାନୀପାଟଣା: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମମାସ କାର୍ତ୍ତିକର ଶେଷଦିନ । ଏହି ଦିନକୁ ଅନାଇ ବସିଥାନ୍ତି ସଭିଏଁ। କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋଭିଡ କଟକଣାରେ ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ। କୋରୋନା କଟକଣା ସତ୍ତ୍ବେ ଜିଲ୍ଲାର ବିଭିନ୍ନ ନଦୀ ନାଳ ପୋଖରୀ କୂଳରେ ପାଳିତ ହୋଇଛି ଏହି ପବିତ୍ର ଡଙ୍ଗାଭସା ଉତ୍ସବ।

କଟକଣାରେ ଭିତରେ କଳାହାଣ୍ଡିରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ପାହାନ୍ତାରୁ ନିତ୍ୟକର୍ମ ସାରି ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବୋଇତ ବନ୍ଦାନ୍ତି, ଡଙ୍ଗା ଭସାନ୍ତି । ହେଲେ ଏଥର ବୋଇତ ବନ୍ଦାଣ ଉତ୍ସବରେ ପ୍ରଶାସନ ଲଗାଇଛି କଟକଣା । କୋରୋନାକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ଉପରେ କଟକଣା ଲଗାଇଛନ୍ତି ସରକାର। କିନ୍ତୁ ଲୋକେ ଲୁଚାଛପାରେ ଡଙ୍ଗା ଭସାଣ କରିଥିବା ଦେଖାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା। ଓଡ଼ିଶାର ପ୍ରତି ଘରେ ଘରେ ପାଳିତ ହୁଏ ଏହି ପର୍ବ । କାର୍ତ୍ତିକ ପୂର୍ଣ୍ଣିମା ରାଜ୍ୟରେ ଗଣପର୍ବ ଭାବେ ଜଣାଯାଏ । ବହୁ ପୁରାତନ କାଳରୁ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଆସୁଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପାଳିତ ହୋଇଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details