କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କୃଷି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଆନ୍ଦୋଳନକୁ ପୁରିଛି ୪ ଦିନ । ମାତ୍ର ଜିଲ୍ଲା ପ୍ରଶାସନର ବେଖାତିର ଓ ବେପରୁଆ ମନୋଭାବ ଯୋଗୁଁ ଆସନ୍ତା ଜାନୁଆରୀ ୪ ତାରିଖରେ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆହ୍ଵାନ କ୍ରମେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କଳାହାଣ୍ଡି ବନ୍ଦ ଡାକରା ଘୋଷଣା କରିଛନ୍ତି । ରାଜ୍ୟରେ ଦୁର୍ନୀତି ଭ୍ରଷ୍ଟାଚାର ବଢ଼ି ଚାଲିଥିବା ଅଭିଯୋଗ ନେଇ ବିଗତ ଦିନରେ ବିଜେପି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରିଥିଲା । ମଣ୍ଡି ଓ ଚାଷୀ ସମସ୍ୟା ନେଇ ଧାନ କଟନି ଛଟନି, କପା ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରଭୃତି ବିରୋଧରେ ୨୮ ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲା ଜିଲ୍ଲା ବିଜେପି । ଏହି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କଳାହାଣ୍ଡି ଜିଲ୍ଲା ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଶେଷ ହେଲା ବିଜେପିର ୩ ଦିନିଆ ମାରାଥନ ବୈଠକ, ଶେଷ ଦିନରେ ଅଣ୍ଟା ଭିଡ଼ିଲା ସଂଯୁକ୍ତ ମୋର୍ଚ୍ଚା