ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା । ସେ ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ କେସିଙ୍ଗା ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଚାଷୀଙ୍କ ଆମ୍ବ ବଗିଚା ଓ ସମନ୍ୱିତ ଚାଷ ପଦ୍ଧତିରେ ହୋଇଥିବା ଏକ ପୋଖରୀ ଓ ମନରେଗା ଯୋଜନାରେ ହୋଇଥିବା କାଜୁ ବଗିଚା ଓ ବିଭିନ୍ନ ପନିପରିବା ଚାଷ ବୁଲି ପରିଦର୍ଶନ କରିବା ସହ ବ୍ଳକ ରେଙ୍ଗାଲି ଗାଁରେ ୩୧ ଗୋଟି କ୍ଷେତ ପୋଖରୀ ବୁଲି ଦେଖିଥିଲେ ।
ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କଳାହାଣ୍ଡି ଗସ୍ତ
ଧାନ ଫସଲ ଓ କ୍ଷେତ ପୋଖରୀ ଉପରେ ଚାଷୀଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କୁ କୃଷି ବିଭାଗ ଦ୍ବାରା କିଭଳି ଉପକୃତ ହୋଇପାରିବେ ସେନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...
ଏହା ସହ ଅଣ ଧାନ ଫସଲ ଓ କ୍ଷେତ ପୋଖରୀ ଉପରେ ଚାଷୀଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କୁ କୃଷି ବିଭାଗ ଓ ଉଦ୍ୟାନ ବିଭାଗ, ପ୍ରାଣୀ ଉନ୍ନୟନ ବିଭାଗ ଓ ମତ୍ସ୍ୟ ବିଭାଗର ମିଳିତ ଉଦ୍ୟମରେ ଚାଷୀ ମାନେ କ୍ଷେତ ପୋଖରୀ ଦ୍ୱାରା କିପରି ଭାବେ ଉପକୃତ ହୋଇ ପାରିବେ ସେନେଇ ଚାଷୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସଂକୀର୍ତ୍ତନ ବିଶି, ସହକାରୀ ନିର୍ଦ୍ଦେଶକ ଗଙ୍ଗାଧର ଜାଲ ଓ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ । ଜିଲ୍ଲାରେ ଜଳ ବିଭାଜିକା କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ