ଓଡିଶା

odisha

ETV Bharat / state

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ସର୍ବପ୍ରଥମ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ - digital university

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ପ୍ରକାଶିତ ହୋଇଛି ସର୍ବପ୍ରଥମ ସ୍ନାତକ ପରୀକ୍ଷା ଫଳ । ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ କରକମଳରେ ରେଜଲ୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ସର୍ବପ୍ରଥମ ସ୍ନାତକ ରେଜଲ୍ଟ
କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ସର୍ବପ୍ରଥମ ସ୍ନାତକ ରେଜଲ୍ଟ

By

Published : Jul 2, 2023, 10:31 PM IST

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ସର୍ବପ୍ରଥମ ସ୍ନାତକ ରେଜଲ୍ଟ

କଳାହାଣ୍ଡି: ଆଜି କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ କରକମଳରେ ପ୍ରକାଶିତ ହୋଇଛି ସର୍ବପ୍ରଥମ ସ୍ନାତକ ପରୀକ୍ଷା ଫଳ । ରେଜଲ୍ଟ ପ୍ରକାଶ କରିବା ସହିତ ଏହା ଏକ ଐତିହାସିକ ଦିନ ବୋଲି କୂଳପତି କହିଛନ୍ତି । ଏହି ଅବସରରେ ସମସ୍ତଙ୍କର ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ସେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଏହି ପରିପେକ୍ଷୀରେ ଅନୁଷ୍ଠିତ ସଭାରେ ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ୍‌ ସଭ୍ୟ ଶ୍ରୀ ରାମଚନ୍ଦ୍ର ମିଶ୍ର, ବିଶ୍ୱ ବିଦ୍ୟାଳୟର ସିପିଜିସି, ମେଜର ଡ. ଜୟଦେବ ସାହୁ, ବିଶ୍ୱ ବିଦ୍ୟାଳୟର ସିଓଇ ଶ୍ରୀ ବିଜୟ କୁମାର ମଲ୍ଲିକ ତଥା ବିଶ୍ୱ ବିଦ୍ୟାଳୟର ସମସ୍ତ ବିଭାଗର ମୁଖ୍ୟ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରଣ ବିଭାଗର ସମସ୍ତ କର୍ମଚାରୀ ଛାତ୍ରଛାତ୍ରୀ ତଥା ବିଭିନ୍ନ ଗଣମାଧ୍ୟମର ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଫଳାଫଳ ୪୭ ମହାବିଦ୍ୟାଳୟର କଳା , ବାଣିଜ୍ୟ ଓ ବିଜ୍ଞାନର ୪ହଜାର ୨୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨ ହଜାର ୫୦୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ୫୬.୭୯ ପ୍ରତିଶତ, ବାଣିଜ୍ୟରେ ୭୬.୮୨ ପ୍ରତିଶତ ତଥା ବିଜ୍ଞାନରେ ୬୭.୬୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଲଳିତ ବୋଧ ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଛନ୍ତି । କଳାରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରତିଷା ପଣ୍ଡା , ବାଣିଜ୍ୟର ଅଂଶିକା ପଟ୍ଟନାୟକ ଓ ବିଜ୍ଞାନ ଲଳିତ ବୋଧ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି ।

ଏହା ସହିତ ବିବିଏର ୮୬.୪୮ ପ୍ରତିଶତ ଓ ବିସିଏର ୬୬.୩୪ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିବିଏର ପ୍ରତୀକ୍ଷା ପଣ୍ଡା କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରୁ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବବେଳେ ବିସିଏରେ ସରସ୍ୱତୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମେନେଜ୍‌ମେଣ୍ଟର ଆର୍ଯ୍ୟନ ଯୋଷୀ ତଥା ସ୍ନିଗ୍ଧା ପଟ୍ଟନାୟକ ଯୁଗ୍ମ ଭାବରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି । ତେବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ରାଜ୍ୟର ସର୍ବପ୍ରଥମ ବିଶ୍ୱ ବିଦ୍ୟାଳୟ ଯାହା ଦ୍ୱାରା ପ୍ରଥମ ଥର ପାଇଁ ଡିଜିଲକର ମାଧ୍ୟମରେ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । କଳାହାଣ୍ଡି ବିଶ୍ୱ ବିଦ୍ୟାଳୟକୁ ଡିଜିଟାଲ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାର ଉତ୍ତମ ପଦକ୍ଷେପ ଗ୍ରହଣ କରାଯାଇଥିବା ଚର୍ଚ୍ଚା ହେଉଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details