ଭୁବନେଶ୍ବର: ଭବାନୀପାଟଣା ଅଟୋନୋମସ କଲେଜ ହେବ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ । ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ରାଜ୍ୟପାଳ । ପୂର୍ବରୁ ଭବାନୀପାଟଣା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧିନରେ ଆସୁଥିଲା । ଏହାକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ଦୀର୍ଘଦିନରୁ ଦାବି କରିଆସୁଥିଲେ କଳାହାଣ୍ଡିବାସୀ ।
ଦୀର୍ଘ ଦିନର ଦାବି ହେଲା ପୂରଣ: ଭବାନୀପାଟଣା ଅଟୋନୋମସ କଲେଜ ହେବ କଳାହାଣ୍ଡି ୟୁନିଭର୍ସିଟି - chanceller
ପୂରଣ ହେଲା କଳାହାଣ୍ଡିବାସୀଙ୍କ ସ୍ବପ୍ନ ...
ଫଳରେ ଜିଲ୍ଲାବାସୀଙ୍କ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ଭବାନୀପାଟଣା ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର କୁଳାଧିପତି ତଥା ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ଯାହାକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି । ବିଶ୍ବ ବିଦ୍ୟାଳୟ ଘୋଷଣା ହେବା ପରେ ଖୁବଶୀଘ୍ର ଏହାର ଭିତ୍ତିଭୂମି ପାଇଁ ଆବଶ୍ୟକ ଅର୍ଥ ଓ ଆନୁଷଙ୍ଗିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଏହା ସହ ୨୦୨୦ ଜୁନରୁ ୟୁନିଭରସିଟି ଭାବେ ଶିକ୍ଷାବର୍ଷ ଆରମ୍ଭ କରିବ । ଏଣିକି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଅଧିନରେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ସମସ୍ତ କଲେଜ ରହିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ