ଭବାନୀପାଟଣା: ଗୋଟେ ପଟେ ଲକଡାଉନ ଆଉ ଆର ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ମାର୍ଚ୍ଚ ମାସରୁ ହିଁ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଏବେ ପୁଣି ଥରେ ସକାଳ ୧୧ ଠାରୁ ଦିନ ୫ ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । କଳହାଣ୍ଡିରେ ଏବେ ତାପମାତ୍ରା 44 ଡିଗ୍ରୀରୁ ଅଧିକ ରହୁଛି ।
ଫଳରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଘରୁ ବାହାରିବା ଏକ ରକମ ମୁସକିଲ ହୋଇପଡୁଛି । ଜରୁରୀ କାମ ଥିଲେ ହିଁ ଲୋକେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ କଳା ଚଷମା, ପାଣି ବୋତଲ ନେଇ ବାହାରକୁ ବାହାରିବା ଦେଖିବାକୁ ମିଳୁଛି ।