କଳାହାଣ୍ଡି: ଜିଲ୍ଲାର ପ୍ରସିଦ୍ଧ ଛତର ଯାତ୍ରରେ ସାମିଲ ହୋଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର । ଲୋକଙ୍କ ସହ ମିଶି ପାରମ୍ପରିକ ଢୋଲ ନିଶାନ ବାଦ୍ୟ ବଜାଉଥିବା ନଜର ଆସିଛନ୍ତି ଏସପି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଏସପି ନିଜେ ଉପସ୍ଥିତ ରହି ମ’ଙ୍କ ବିଜୟ ପ୍ରତିମା ଛତର ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିବା ବେଳେ ମା’ଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ବାଦ୍ୟ ବଜାଇଛନ୍ତି । ମାଆଙ୍କୁ ଜେନା ଖାଲରୁ ମନ୍ଦିର ଅଭିମୁଖେ ପାଛୋଟି ନେଇଛନ୍ତି ।