ଓଡିଶା

odisha

ETV Bharat / state

ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାକୁ ମିଳିଲା ୧୩ ଲକ୍ଷର ସହାୟତା - ମାଓବାଦୀଙ୍କ ବିସ୍ଫୋରଣରେ ସାମ୍ବାଦିକ ମୃତ

ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ମିଳିଲା ସହାୟତା । ରାଜ୍ୟ ସରକାରଙ୍କ ପକ୍ଷରୁ ୧୩ ଲକ୍ଷ ଟଙ୍କାର ସହାୟତା ରାଶି ତାଙ୍କୁ ପରିବାରକୁ ପ୍ରଦାନ କରାଯାଇଛି ।

ମାଓବାଦୀଙ୍କ ବିସ୍ଫୋରଣରେ ଶହୀଦ ସାମ୍ବାଦିକଙ୍କ ପରିବାକୁ ମିଳିଲା ୧୩ ଲକ୍ଷ ଟଙ୍କାର ସହାୟତା
ମାଓବାଦୀଙ୍କ ବିସ୍ଫୋରଣରେ ଶହୀଦ ସାମ୍ବାଦିକଙ୍କ ପରିବାକୁ ମିଳିଲା ୧୩ ଲକ୍ଷ ଟଙ୍କାର ସହାୟତା

By

Published : Feb 27, 2022, 5:01 PM IST

ଭବାନୀପାଟଣା:ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ମିଳିଲା ସହାୟତା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି । କଳାହାଣ୍ତି ଏସପି ୧୩ ଲକ୍ଷ ଟଙ୍କାର ସହାୟତା ରାଶି ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।

ଏହାବି ପଢନ୍ତୁ :ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଟଳିଲେ ଦୁଇ ମହିଳା ମାଓବାଦୀ

ଗତ ଫେବ୍ରୁଆରୀ ୫ରେ ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଦୁଲେନ କରଲାଖୁଣ୍ଟା ବ୍ରିଜ୍ ନିକଟରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ। ହେଲେ ସେଠାରେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ସେ ଆଖି ବୁଜିଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ଆଜି(ରବିବାର) କଳାହାଣ୍ଡି ଏସପି ଶ୍ରବଣ ବିବେକ ମୃତ ସାମ୍ବାଦିକ ଘରକୁ ଯାଇ ତାଙ୍କ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details