ଓଡିଶା

odisha

By

Published : Feb 13, 2022, 5:08 PM IST

Updated : Feb 13, 2022, 8:52 PM IST

ETV Bharat / state

କଳାହାଣ୍ଡିରେ ସକ୍ରିୟ ହେଉଛି ମାଓ ସଂଗଠନ, ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବୈଠକ

ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କଳାହାଣ୍ଡି ପୋଲିସର ସ୍ୱତନ୍ତ୍ର ବୈଠକ । SPଙ୍କ ଅଧ୍ୟକ୍ଷତାରେ ବସିଲା ସ୍ବତନ୍ତ୍ର ବୈଠକ । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳରେ ସକ୍ରିୟ ହେଉଛି ମାଓ ସଂଗଠନ, ଶାନ୍ତିପୂର୍ଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବୈଠକ
ସ୍ବାଭିମାନ ଅଞ୍ଚଳରେ ସକ୍ରିୟ ହେଉଛି ମାଓ ସଂଗଠନ, ଶାନ୍ତିପୂର୍ଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବୈଠକ

ଭବାନୀପାଟଣା: ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କଳାହାଣ୍ଡି ପୋଲିସର ସ୍ୱତନ୍ତ୍ର ବୈଠକ । ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ୧୩ ଟି ବ୍ଲକ ମଧ୍ୟରୁ ୧୧ ଟି ବ୍ଲକ ମାଓ ପ୍ରବଣ ଅଞ୍ଚଳ ଭାବରେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ଏଠାରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ପରଠାରୁ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାଧ୍ୟମରେ ଆହ୍ବାନ ଦେଇଛି ଲାଲବାହିନୀ ।

କିଛି ଦିନ ତଳେ ମାଓବାଦୀ ଭୋଟ ବର୍ଜନ କରିବା ପାଇଁ ପୋଷ୍ଟର ଲଗାଇବା ସହ ପୋଷ୍ଟର ନିକଟରେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ । ଫଳରେ ବିସ୍ଫୋରଣରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । ପରେ ଅନେକ ସ୍ଥାନରେ ଭୋଟ ବର୍ଜନ ନେଇ ପୋଷ୍ଟର ମାଧ୍ୟମରେ ସ୍ଥିତି ଜାହିର କରିଛନ୍ତି ଲାଲ ସଂଗଠନ । ଏସବୁ ଦୁର୍ଘଟଣା ପରେ କଳାହାଣ୍ଡିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ନେଇ ଏବେ ଲୋକଙ୍କ ମନରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଏପରିକି ନିର୍ବାଚନ ପରିଚାଳନା ପାଇଁ ଯିବାକୁ ମଧ୍ୟ ଅଧିକାରୀମାନଙ୍କ ମନରେ ଭୟ ସଂଚାର ହୋଇଛି ।

ଏସବୁକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳରେ କିଭଳି ଭାବରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ତାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ଏକ ବଡ଼ ଧରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । SP ଶ୍ରବଣ ବିବେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ CRPF ଅଧିକାରୀ ବିପ୍ଳବ ସରକାରଙ୍କ ସମେତ IRB, SOG, DVAF ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ଶାନ୍ତି ଶୃଙ୍ଖଳା ନିର୍ବାଚନ ନେଇ ଏକ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଏସପି ଶ୍ରବଣ କୁମାର କହିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Feb 13, 2022, 8:52 PM IST

ABOUT THE AUTHOR

...view details