ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି - ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବାବେଳେ ପରେ ହତ୍ୟା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି
କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

By

Published : Jul 9, 2020, 9:25 PM IST

କଳାହାଣ୍ଡି: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ହତ୍ୟା ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି । ଏଥିପାଇଁ ବିଭିନ୍ନ ମହଲରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି ।

କଳାହାଣ୍ଡିରେ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି

ଏହି ଅବସରରେ ଜିଲ୍ଲାର ସାମାଜିକ କର୍ମୀଙ୍କ ସଙ୍ଗଠନ ପକ୍ଷରୁ ଆଦିତ୍ୟ ଦାସଙ୍କ ମୃତ୍ୟର ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଗୁରୁବାର ଜିଲ୍ଲାପାଳଙ୍କୁ ସଙ୍ଗଠନର କର୍ମକର୍ତ୍ତା ଭେଟିଛନ୍ତି । ଏହାସହ ଜିଲ୍ଲାପାଳଙ୍କ ଦ୍ବାରା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା । ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବାବେଳେ ପରେ ହତ୍ୟା ନେଇ ସଙ୍ଗଠନର କର୍ମକର୍ତ୍ତା ଅଭିଯୋଗ କରିଥିଲେ । ଏହାର ତଦନ୍ତ ନେଇ ସମସ୍ତେ ଦାବି କରିଛନ୍ତି । ପ୍ରକାଶ ଥାଉ କି ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ପୋଲିସର ହସ୍ତଗତ ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details