ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ଦାଦାଗିରି, ମଦ ଦୋକାନରେ ପଶି କଲେ ଭଙ୍ଗାରୁଜା - କଳାହାଣ୍ଡି ସରପଞ୍ଚ

ମଦ କିଣିବା ବାହାନାରେ ମଦ ଦୋକାନରେ ଭଙ୍ଗାରୁଜା କଲେ ସରପଞ୍ଚ । ସିସିଟିଭିରେ କଏଦ ହେଲା ସରପଞ୍ଚଙ୍କ ଉନ୍ମତ୍ତ କାଣ୍ଡ । ଅଧିକ ପଢନ୍ତୁ...

ସରପଞ୍ଚଙ୍କ ଦାଦାଗିରି, ମଦ ଦୋକାନରେ ପଶି କଲେ ଭଙ୍ଗାରୁଜା
ସରପଞ୍ଚଙ୍କ ଦାଦାଗିରି, ମଦ ଦୋକାନରେ ପଶି କଲେ ଭଙ୍ଗାରୁଜା

By

Published : Sep 4, 2021, 6:44 PM IST

ଭବାନୀପାଟଣା:ସରପଞ୍ଚ ବାବୁଙ୍କ ଉନ୍ମତ୍ତ କାଣ୍ଡ । ବିଳମ୍ବିତ ରାତିରେ ମଦ ଦୋକାନରେ ପଶି ଭଙ୍ଗାରୁଜା କଲେ ସରପଞ୍ଚ । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଛତିକୁଡାର ଏକ ବିଦେଶୀ ମଦ ଦୋକାନରେ ଏଭଳି କାଣ୍ଡ ଘଟାଇଛନ୍ତି ଶାନ୍ତପୁର ପଞ୍ଚାୟତର ସରପଞ୍ଚ । ଏଥିସହ ଦୋକାନ ଡ୍ରରେ ଥିବା 1ଲକ୍ଷ 75 ହଜାର ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସରପଞ୍ଚ ଟିକେରାମ ସାହୁଙ୍କ ଏହି ଦବଙ୍ଗଗିରିର ଦୃଶ୍ୟ ସେଠାରେ ଥିବା ଏକ ସିସିଟିଭରେ କଏଦ ହୋଇଛି ।

ସରପଞ୍ଚଙ୍କ ଦାଦାଗିରି, ମଦ ଦୋକାନରେ ପଶି କଲେ ଭଙ୍ଗାରୁଜା

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ସରପଞ୍ଚ ଟିକେରାମଙ୍କ ସମେତ କିଛି ଦୁର୍ବୃତ୍ତ ଛତିକୁଡାରେ ଥିବା ଏକ ମଦ ଦୋକାନରେ ପହଞ୍ଚିଥିଲେ । ସେମାନେ ମଦ କିଣିବା ବାହାନାରେ ଦୋକାନରେ ଭଙ୍ଗାରୁଜା କରିଥିଲେ । ଲକ୍ଷାଧିକ ଟଙ୍କାର ମଦ ବୋତଲ ଓ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରିବା ସହ ଦୋକାନରେ ଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଦୋକାନରେ ଲାଗିଥିବା ସିସିଟିଭ ଫୁଟେଜରେ ଏହା କଏଦ ହୋଇଛି ।

ଦୋକାନ କର୍ମଚାରୀ ଏ ସମ୍ପର୍କରେ ନର୍ଲା ଥାନାରେ ଅଭିଯୋଗ କରିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଏଭଳି ଆଚରଣ ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details