ଓଡିଶା

odisha

ETV Bharat / state

ଉପାନ୍ତ ଅଞ୍ଚଳରେ ନାହିଁ ରାସ୍ତା, ଭୋଟ ଦେବା ପାଇଁ ଚାଲିବେ 15 କିମି - କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ରାସ୍ତା ଶୋଚନୀୟ

ରାଜ୍ୟରେ ବାଜିଛି ନିର୍ବାଚନ ବିଗୁଲ। ଗ୍ରାମାଞ୍ଚଳରୁ ଅପହଞ୍ଚ ଇଲାକା ପର୍ଯ୍ୟନ୍ତ ବହୁଛି ନିର୍ବାଚନୀ ହାୱା। ତେବେ ଏଭଳି ସ୍ଥିତିରେ ଆଜି ମଧ୍ୟ କଳାହାଣ୍ଡିର ଅପହଞ୍ଚ ଇଲାକାରେ ଲୋକଙ୍କ ନିକଟରେ ପହଞ୍ଚିପାରିନାହିଁ ଗମନାଗମନ ସୁବିଧା । ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ଚାଲିବାକୁ ପଡେ ମାଇଲ ମାଇଲ ବାଟ। ଅଧିକ ପଢନ୍ତୁ

panchayat election voting
ଉପାନ୍ତ ଅଞ୍ଚଳରେ ନାହିଁ ରାସ୍ତା, ଭୋଟ ଦେବାକୁ ଚାଲିବାକୁ ପଡୁଛି ୧୦ ରୁ ୧୫ କିଲୋମିଟର

By

Published : Jan 24, 2022, 9:51 PM IST

ଭବାନୀପାଟଣା:ପୁଣିଥରେ ନିରାଶ ହେବେ ଅପହଞ୍ଚ ଇଲାକାର ଭୋଟର । ପାହାଡ଼ରୁ 15 କିମି ତଳକୁ ଆସି କରିବେ ମତଦାନ । ନିର୍ବାଚନୀ ହାଓ୍ବା ପହଞ୍ଚିବା ପୂର୍ବରୁ ଗ୍ରାମରୁ ସହର ଯାଏଁ ନେତା ହେବା ପାଇଁ ପ୍ରୟାସ ଜାରି ରଖିଥିବା ଲୋକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢ଼ିବାରେ ଲାଗିଲାଣି । ବିଭିନ୍ନ ସ୍ଥାନରେ ବ୍ୟାନର, ପୋଷ୍ଟର, ଲୋଭନୀୟ ଭୋଜି ଭାତରେ ସମସ୍ତେ ମାତିଛନ୍ତି। ସ୍ବଚ୍ଛ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିବା ଆଚରଣ ବିଧିକୁ ଉପହାସ କଲାଭଳି ଏବେ ଠାରୁ ଭୋଟରଙ୍କ ମାନସିକତାକୁ ପରଖିବା ପାଇଁ ନେତାମାନେ ବ୍ୟସ୍ତ ହେଲେଣି।

ଉପାନ୍ତ ଅଞ୍ଚଳରେ ନାହିଁ ରାସ୍ତା, ଭୋଟ ଦେବାକୁ ଚାଲିବାକୁ ପଡୁଛି ୧୦ ରୁ ୧୫ କିଲୋମିଟର
ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଯୁଗସାଇପାଟଣା ପଞ୍ଚାୟତ ମୁନଗୁଡା ଗାଁର କଥା ଭୋଟର ସଂଖ୍ୟା ପ୍ରାୟ ୭୦ ହେଲେ ଭୋଟ ଦେବାପାଇଁ ପାହାଡ଼ ଚଢି ଭୋଟଙ୍ଗ ବୁଥକୁ 15 କିଲୋମିଟର ଚାଲି ଚାଲି ଆସିବାକୁ ପଡେ।କେବଳ ଯେ ଭୋଟଦାନ ସମୟରେ ନୁହେଁ ମୁନଗୁଡା ବାସୀଙ୍କ ନିତିଦିନିଆ ଯିବା ଆସିବାର ସାଧନ ହେଉଛି ଏହି ପାହାଡିଆ ରାସ୍ତା ।ଏହିପରି କେବଳ ଯୁଗସାଇପାଟଣା ପଞ୍ଚାୟତ ଅଧୀନରେ ଥିବା ୩୩ ଗୋଟି ଗାଁ ଓ ହେମଲେଟକୁ ଆଜି ଯାଏଁ ଆଖି ଦୃଶିଆ ଭାବେ ସଂଯୋଗ ହୋଇ ପାରିନି ଆମ ସରକାରଙ୍କ ବିକାଶର ପଥ । ସେହିପରି ଜୟପାଟଣା ବ୍ଲକର ଡ଼ଙ୍ଗରିଗୁଡା,ପଟ୍ଟାକୁସୁମୀ, ଭାଟିପାସ ଭଳି ୧୩ ରୁ ଉର୍ଦ୍ଧ୍ବ ଗାଁର ଭୋଟର ଙ୍କୁ ଭୋଟ ଦେବାପାଇଁ ପାରି ହେବାକୁ ପଡେ ଏଭଳି ପାହାଡିଆ ରାସ୍ତା ।

ବିକାଶ ପାଇଁ ଆଶା ବାନ୍ଧି ରହିଥିବା ଏହି ମଣିଷଙ୍କର ମୌଳିକ ବିକାଶ କୁଆଡ଼େ ଗଲା ବୋଲି ଏବେ ପ୍ରଶ୍ନ ଉଠୁଛି। ବୁଥ୍‌ଗୁଡ଼ିକରେ କୌଣସି ସଂସ୍କାର ଅଣାଯାଉନାହିଁ। ପାହାଡ଼ ଉପରେ ଥିବା ଗାଁ ଲୋକମାନେ ଆଜି ବି ଭୋଟଖଣ୍ଡିଏ ଦେବାକୁ ୧୫ କିମି ତଳକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । ବିକାଶ ନାମରେ ଅପହଞ୍ଚ ଇଲାକାର ଲୋକଙ୍କୁ ସରକାର ସତେ ଯେମିତି ଭୂଆଁ ବୁଲାଉଛନ୍ତି।


ସାମ୍ପ୍ରତିକ ନିର୍ବାଚନୀ ମାହୋଲକୁ ନଜରରେ ରଖି ସ୍ବଚ୍ଛ ଏବଂ ଅବାଧ ନିର୍ବାଚନ ପ୍ରତି ଆଶଙ୍କା ହେଉଛି ବୋଲି ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ପାଞ୍ଚ ବର୍ଷ ବ୍ୟବସାୟ ଚିନ୍ତାଧାରା ମଧ୍ୟରେ ଅବଧି ପୂରଣ କରିଥିବା ପ୍ରତିନିଧିମାନେ ମଧ୍ୟ ଏବେ ଠାରୁ ପୁନର୍ବିଜୟ ପାଇଁ ଅଣ୍ଟା ଭିଡ଼ି ସାରିଛନ୍ତି । ହେଲେ ଉପାନ୍ତ ଅଞ୍ଚଳବାସୀଙ୍କ ବିକାଶର କଥାକୁ ପଚାରେ କିଏ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details