କଳାହାଣ୍ଡି: ଜିଲ୍ଲା ସଦର ଥାନା ପୋଲିସ ଦ୍ବାରା ଜଣେ ମିଲିସିୟା ଗିରଫ । ଗିରଫ ମିଲିସିୟା ବାରାଖୋଜ ଗାଁ ର ମଙ୍ଗୁମାଝୀ ବୋଲି ଜଣା ପଡିଛି । ମିଲିସିୟା ଜଣକ ନେହେଲା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଗିରଫ ।
କଳାହାଣ୍ଡିରୁ ମିଲିସିୟା ଗିରଫ
ଜଣେ ମିଲିସିୟାକୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଗିରଫ ମିଲିସିୟାଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜିଲୋଟିନ, ୫ ଇଲେଟ୍ରିକ ଡେଟୋନେଟର, ୯୫ ମିଟର ବିଦ୍ଯୁତ ତାର ଓ ୪୫ ମାଓ ପ୍ରଚାର ପତ୍ର ଜବତ ନେଇ ସୂଚନା ଦେଲେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଗିରଫ ମିଲିସିୟାଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜିଲୋଟିନ, ୫ ଇଲେଟ୍ରିକ ଡେଟୋନେଟର, ୯୫ ମିଟର ବିଦ୍ଯୁତ ତାର ଓ ୪୫ ମାଓ ପ୍ରଚାର ପତ୍ର ଜବତ କରାଯାଇଛି । ମିଲିସିୟା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଡିଭିଜନ (କେକେବିଏନ) ମାଓବାଦୀ ସଙ୍ଗଠନର ସଦସ୍ୟଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଥିଲା । ଏ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ