ଭବାନୀପାଟଣା: ବନ୍ଧା ହେଲେ ନକଲି ବିବାହ ଠକ ଦଳ । ବୟସ୍କ ଓ ବିବାହ ବିଚ୍ଛେଦ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୋକଙ୍କୁ ଠକୁଥିଲା ଏହି ଦଳ । ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନାଅନୁସାରେ, ଗତ ଅକ୍ଟୋବର ମାସରେ ମଦନପୁର ରାମପୁରଠାରେ ଜଣେ ଏପରି ଠକାମୀର ଶିକାର ହୋଇଥିଲେ । ଏହି ଦଳ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରି ବିବାହ କରିବା ପରେ ଝିଅ ଫେରାର ମାରିଥାନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଘଟଣାରେ ଗିରଫ ହୋଇଥିବା ଚାରି ଜଣ ସଦ୍ୟସ ହେଲେ ସୁନ୍ଦରଗଡର ଏଲି.ମହନ୍ତ, କଣ୍ଟାବାଞ୍ଜିର ବିରବଲ ଶର୍ମା,ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଓ ଛତିଶଗଡ ବିଲାସପୁରର ଶ୍ରବଣ ସୋନି । ଗିରଫ ନକଲି ବଧୂ ଏଲି ମହନ୍ତ ନାଁରେ ପୂର୍ବରୁ ଚାରିଗୋଟି ବିବାହ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଏହି ଆନ୍ତଃ ରାଜ୍ୟ ନକଲି ଠକ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ । କେହି ଯଦି ଏଭଳି ଠକାମିର ଶିକାର ହୁଅନ୍ତି ତେବେ ପୋଲିସକୁ ସୂଚନା ଦେବାକୁ ନିବେଦନ କରିଛନ୍ତି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ