ଭବାନୀପାଟଣା:ରାଜ୍ୟସ୍ତରୀୟ କରାଟେ ଚମ୍ପିଆନ୍ସିପ୍ରେ କଳାହାଣ୍ଡିକୁ ମିଳିଲା ୩ଟି ସ୍ବର୍ଣ୍ଣ ପଦକ । ଭୁବନେଶ୍ବରରେ ଆୟୋଜିତ ଏହି କରାଟେ ଚମ୍ପିଆନ୍ସିପ୍ରେ ୩୦୦ରୁ ଅଧିକ କ୍ରୀଡ଼ାବିତ୍ ଭାଗ ନେଇଥିଲେ । ଏଥିରେ କଳାହାଣ୍ଡିର କ୍ରୀଡ଼ାବିତ୍ମାନେ ମୋଟ ୬ଟି ପଦକ ହାସଲ କରିଛନ୍ତି ।
ରାଜ୍ୟସ୍ତରୀୟ କରାଟେ ଚମ୍ପିଆନସିପ୍: କଳାହାଣ୍ଡିକୁ ୩ ସ୍ବର୍ଣ୍ଣ ପଦକ - ରାଜ୍ୟସ୍ତରୀୟ କରାଟେ ଚମ୍ପିଆନସିପ୍
ରାଜ୍ୟସ୍ତରୀୟ କରାଟେ ଚମ୍ପିଆନ୍ସିପ୍ରେ କଳାହାଣ୍ଡିକୁ ମିଳିଲା ୩ଟି ସ୍ବର୍ଣ୍ଣ ପଦକ । ଭୁବନେଶ୍ବରରେ ଆୟୋଜିତ ଏହି କରାଟେ ଚମ୍ପିଆନ୍ସିପ୍ରେ ୩୦୦ରୁ ଅଧିକ କ୍ରୀଡ଼ାବିତ୍ ଭାଗ ନେଇଥିଲେ । ଅଧିକ ପଢ଼ନ୍ତୁ
ଭୁବନେଶ୍ବରରେ ଓଡ଼ିଶା ଉଷୁ ସଙ୍ଘ ପକ୍ଷରୁ ରାଜ୍ୟସ୍ତରୀୟ କରାଟେ ଚମ୍ପିଆନ୍ସିପ୍ ଆୟୋଜିତ ହୋଇଥିଲା । ଉପ କନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବର୍ଗର କ୍ରୀଡ଼ାବିତ୍ ଏହି ଚମ୍ପିଆନ୍ସିପ୍ରେ ଅଂଶ ଗ୍ରହଣ କରିଥିଲେ । କଳାହାଣ୍ଡିର ମୁଖ୍ୟ ଉଷୁ କୋଚ୍ କୃଷ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କ୍ରୀଡ଼ାବିତ୍ କରାଟେ ଚମ୍ପିଆନ୍ସିପ୍ରେ ଭାଗ ନେଇଥିଲେ ।
ମୋଟ ୭ ଜଣ ଖେଳାଳି ଭାଗ ନେଇଥିବା ୬ ଜଣ ପଦକ ହାସଲ କରିଛନ୍ତି । ବରିଷ୍ଠ ବର୍ଗରେ ବୈଭବ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ କନିଷ୍ଠ ବର୍ଗରେ ପାର୍ଥ ସାରଥୀ ରାଉତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ଉପକନିଷ୍ଠ ବର୍ଗରେ ଲୋକେଶ ରଞ୍ଜନ ନିଆଲ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ପ୍ରତ୍ୟୁଷ ମୁଣ୍ଡ ଓ ଆର ଶ୍ରୀୟାଂଷ ଆଚାର୍ଯ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି । ଉପକନିଷ୍ଠ ବାଳିକା ବର୍ଗରେ ଆର ତେଜସ୍ୱନୀ କାଂସ୍ୟ ପଦକ ହାସଲ କରିଛନ୍ତି । କୃତି କ୍ରୀଡ଼ାବିତ୍ ହିମାଚଳ ପ୍ରଦେଶରେ ହେବାକୁ ଥିବା ଜାତୀୟ କରାଟେ ଚମ୍ପିଆନ୍ସିପ୍ରେ ଭାଗ ନେବେ । କ୍ରୀଡ଼ାବିତ୍ଙ୍କ କୃତିତ୍ବ ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।