ଓଡିଶା

odisha

ETV Bharat / state

ବେକେ ପାଣିରେ ମୃତଦେହ ଧରି ନାଳ ପାରି ହେଲେ ମାଲଭାଇ

ବେକେ ପାଣିରେ ନାଳର ସୁଅ କାଟି ଶ୍ମଶାନକୁ ମୃତଦେହ ନେଲେ ମାଲଭାଇ । କଳାହାଣ୍ଡି ଜିଲ୍ଲାରୁ ଆସିଲା ଏଭଳି ଦୁଃଖଦ ଦୃଶ୍ୟ । ଅଧିକ ପଢନ୍ତୁ

ଦୁଃଖ ଆଣିଲା ଲଗାଣ ବର୍ଷା, ବେକେ ପାଣିରେ ମୃତଦେହ ଧରି ନାଳ ପାରି ହେଲେ ମାଲଭାଇ
ଦୁଃଖ ଆଣିଲା ଲଗାଣ ବର୍ଷା, ବେକେ ପାଣିରେ ମୃତଦେହ ଧରି ନାଳ ପାରି ହେଲେ ମାଲଭାଇ

By

Published : Aug 16, 2022, 1:51 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରୁ ପୁଣି ଆସିଲା ସମସ୍ତଙ୍କୁ ବିଚଳିତ କରିଦେବା ପରି ଦୃଶ୍ୟ । କିଛିଦିନ ତଳେ ବେକେ ପାଣିରେ ନାଳର ସୁଅ କାଟି ଶ୍ମଶାନକୁ ମାଲଭାଇ ମୃତଦେହ ନେଇଥିବା ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି । ବେହେରାଗୁଡ଼ା ଗାଁର ଡ଼ମେନ ରଣାଙ୍କ ମୃତ୍ୟୁ ହେବାପରେ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ନାଳ ପାରି ହୋଇଛନ୍ତି ମାଲଭାଇ । ଲଗାଣ ବର୍ଷା କେତେ ଯେ ଦୁଃଖ ଦେଇପାରେ, ତାହା ଏହି ଘଟଣାରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି ।

ଦୁଃଖ ଆଣିଲା ଲଗାଣ ବର୍ଷା, ବେକେ ପାଣିରେ ମୃତଦେହ ଧରି ନାଳ ପାରି ହେଲେ ମାଲଭାଇ

ଡ଼ମେନ ରଣାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ବିଷମ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ମୃତଦେହ ଗାଁକୁ ଆଣିଥିଲେ । ତେବେ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ଗାଁ ଲୋକେ ଓ ପରିବାର ସଦସ୍ୟ ବାହାରି ଥିଲେ । ତେବେ ପ୍ରବଳ ବର୍ଷା ଯୋଗୁଁ ଗାଁ ନିକଟ ନାଳରେ ବେକେ ଉଚ୍ଚର ପାଣି ପ୍ରବାହିତ ହେଉଥିଲା ।

ଏଣୁ କୂଳରେ ରହି କିଛି ସମୟ ଅପେକ୍ଷା ପରେ ପାଣି ନକମିବାରୁ ପରିବାର ଓ ଗ୍ରାମବାସୀ ମୃତଦେହକୁ କାନ୍ଧେଇ ନାଳର ସୁଅ କାଟି ପାରି ହୋଇ ଶ୍ମଶାନରେ ପହଞ୍ଚିଥିଲେ । ତେବେ ସମାନ ଢଙ୍ଗରେ ନାଳ ଆର କୂଳରେ ଥିବା କାଠ ଗଣ୍ଡିକୁ ଶ୍ମଶାନକୁ ନେଇଥିଲେ ପରିବାର ଲୋକେ । ଶେଷରେ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ସେପଟେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ସ୍ଥାନୀୟ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ।

ABOUT THE AUTHOR

...view details