ଓଡିଶା

odisha

ETV Bharat / state

Panchayat Polls: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ପଞ୍ଚାୟତ ପ୍ରତିନିଧି - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଖବର

ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ । କଳାହାଣ୍ଡି ଜିଲ୍ଲାରେ କେଉଁଠି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତ ପୁଣି କେଉଁଠି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ପଞ୍ଚାୟତ ପ୍ରତିନିଧି । ଅଧିକ ପଢନ୍ତୁ

କେଉଁଠି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତ ପୁଣି କେଉଁଠି ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ପଞ୍ଚାୟତ ପ୍ରତିନିଧି
କେଉଁଠି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତ ପୁଣି କେଉଁଠି ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ପଞ୍ଚାୟତ ପ୍ରତିନିଧି

By

Published : Jan 27, 2022, 6:31 AM IST

ଭବାନୀପାଟଣା:ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ- କଳାହାଣ୍ଡି ଜିଲ୍ଲାରେ କେଉଁଠି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତ ପୁଣି କେଉଁଠି ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ପଞ୍ଚାୟତ ପ୍ରତିନିଧି । ଏକତା ଏବଂ ଭାଇଚାରାର ନିଦର୍ଶନ ଦେଖାଇଲେ ନକଟିଗୁଡ଼ା ଗ୍ରାମବାସୀ । ସର୍ବସମ୍ମତି କ୍ରମେ ବାଛିଛନ୍ତି ନିଜର ପ୍ରତିନିଧି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ନକଟିଗୁଡ଼ାର ୮ ଜଣ ୱାର୍ଡମେମ୍ବର ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ।

ନକଟିଗୁଡ଼ା ପଞ୍ଚାୟତରେ ୧୧ ଟି ୱାର୍ଡ ଅଛି ହେଲେ ୮ଟି ୱାର୍ଡ ନକଟିଗୁଡ଼ା ଗ୍ରାମରେ ଥିବାବେଳେ ଭଣ୍ଡାକୁଟ୍ରା ଗ୍ରାମରେ ୩ ୱାର୍ଡ ରହିଛି। ଭଣ୍ଡା କୁଟ୍ରା ଗ୍ରାମର ୧ ଏବଂ ୨ନମ୍ବର ୱାର୍ଡ ପାଇଁ ପ୍ରତିଯୋଗିତା ହେଉଥିବାବେଳେ ୩ ନମ୍ବର ୱାର୍ଡ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିବା ଜଣାପଡ଼ିଛି।

ସେପଟେ କିନ୍ତୁ କେସିଙ୍ଗା ବ୍ଲକ ପ୍ରଶାସନର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥା ପାଇଁ ୩ଟି ୱାର୍ଡରେ କେହି ବି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ଉତ୍କେଲା ପଞ୍ଚାୟତ କୋକୋଡ଼ମାଲ ୱାର୍ଡ ନଂ ୧୦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ହେଲେ ଏହି ୱାର୍ଡର ୭୦ଟି ପରିବାର ମଧ୍ୟରେ କେହି ବି ଜନଜାତି ନାହାନ୍ତି। ସେହିଭଳି କିକିଆ ୱାର୍ଡ ନଂ ୬ ଅନୁସୂଚିତ ଜାତି ମହିଳା ଓ ୱାର୍ଡ ନଂ ୭ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

ଏଠାରେ ବି ସଂରକ୍ଷିତ ବର୍ଗର ଲୋକ ନଥିବାରୁ କେହି ବି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି। ଯେଉଁ ଅଧିକାରୀଙ୍କ ଭୁଲ ପାଇଁ ଏଭଳି ତ୍ରୁଟି ହେଲା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେଉନାହିଁ । ଏଭଳି ତ୍ରୁଟି ପାଇଁ ଦାୟୀ ଥିବା ଅଧିକାରୀଙ୍କୁ ନିର୍ବାଚନରୁ ହଟେଇବା ପାଇଁ କିଛି ସଚେତନ ନାଗରିକ ନିର୍ବାଚନ କମିସନଙ୍କୁ ଅବଗତ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details