ଭବାନୀପାଟଣା:ସରିଛି ଧର୍ମର ମାସ କାର୍ତ୍ତିକ । ଆଜି ଛାଡଖାଇ(Chhadakhai) ପାଳୁଛି ସାରା ଓଡିଶା । ବୁଧବାରରେ ଛାଡଖାଇ ପଡିଥିବାରୁ ଆମିଷ ବଜାର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାସେ ହେଲା ପାଟିରେ ଆମିଷ ବାଜି ନଥିବାରୁ ମାଛ ମାଂସ ପାଇଁ ବଜାରରେ ନାହିଁ ନଥିବା ଗହଳି ଲାଗିଛି । ସକାଳୁସକାଳୁ ଭବାନୀପାଟଣା ସହରର ମାଛ ଓ ମାଂସ ବଜାରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ବ୍ୟବସାୟୀ ମାଛ, ମାଂସ ସାଙ୍ଗକୁ ଚିଙ୍ଗୁଡି, କଙ୍କଡା ପସରା ମେଲାଇ ବସିଛନ୍ତି । ଛାଡଖାଇ ଯୋଗୁଁ ବିଶେଷକରି ମାଛ ଓ ମାଂସ ଦର ଆକଶ ଛୁଆଁ ହୋଇଛି । ତେବେ ଚଢା ଦର ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଛାଡଖାଇ ପାଳୁଛି କଳାହାଣ୍ଡି, ଆମିଷ ବଜାରରେ ପ୍ରବଳ ଭିଡ - ଛାଡଖାଇ ପାଳୁଛି କଳାହାଣ୍ଡି
ଆଜି ଛାଡଖାଇରେ ଚଳଚଞ୍ଚଳ ଆମିଷ ବଜାର । ଭବାନୀପାଟଣାରେ ମାଛ ଓ ମାଂସ ବଜାରରେ ଲୋକଙ୍କ ଖଚାଖଚ୍ ଭିଡ । ଅଧିକ ପଢନ୍ତୁ
ଛାଡଖାଇ ପାଳୁଛି କଳାହାଣ୍ଡି, ଆମିଷ ବଜାରରେ ପ୍ରବଳ ଭିଡ
ବୁଧବାର ଆମିଷ ବାରରେ ଛାଡଖାଇ ପଡୁଥିବାରୁ ବଜାରରେ ଅତ୍ୟଧିକ ଗହଳି ଲାଗିବାର ଆଶା କରାଯାଉଥିଲା । ଆଜି ଛୋଟ ବଡ ସବୁ ଆମିଷ ବଜାରରେ ଆଶାନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଙ୍କ ଭିଡ ଯେମିତି, ମାଛ ଓ ମାଂସ ଦର ମଧ୍ୟ ସେମିତି ରହିଛି । ଛେଳି ମାଂସ କିଲୋପ୍ରତି ୬୫୦ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡି ୫୦୦, ମାଛ ୨୦୦ରୁ ୨୫୦ ଟଙ୍କା ରହିଛି । ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ମାସେ ହେଲା ବେପାର ମାନ୍ଦା ଥିବାରୁ ଆଜି ଟିକେ ଭଲ ବେପାର ଆଶାରେ ରହିଛନ୍ତି ବେପାରୀ ।
ଇଟିଭି ଭାରତ, କଳାହାଣ୍ଡି