ଭବାନୀପାଟଣା: ସିଏଏ ଓ ଏନଆରସି ବିରୋଧରେ କଳାହାଣ୍ଡି ଭବାନୀପାଟଣା ଠାରେ ମୂଳ ନିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ । ସିଏଏ ଏନଆରସି ଭାରତୀୟ ସମ୍ବିଧାନ ବିରୋଧୀ କରଣ ଧର୍ମ ଆଧାରରେ ଭାରତୀୟ ନାଗରିକତା ପ୍ରଦାନ ସମ୍ବିଧାନ ବିରୋଧୀ ବୋଲି ଆନ୍ଦୋଳନକାରୀ ନିଜ ପ୍ରକାଶ କରିଥିଲେ ।
ସିଏଏ ଓ ଏନଆରସି ବିରୋଧରେ ଶୋଭାଯାତ୍ରା - Mul Nivasi protest against CAA and NCR
ସିଏଏ ଓ ଏନଆରସି ବିରୋଧରେ କଳାହାଣ୍ଡି ଭବାନୀପାଟଣା ଠାରେ ବିକ୍ଷୋଭ ପ୍ରଦର୍ଶନ । ମୂଳ ନିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି ।
ସିଏଏ ଓ ଏନଆରସି ବିରୋଧରେ ଶୋଭାଯାତ୍ରା
ଏହି ଶୋଭାଯାତ୍ରାରେ ଶହ ଶହ ମହିଳା ପୁରୁଷ ଯୁବକ ସାମିଲ ହୋଇଥିଲେ । କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏହି ବିଲର ପ୍ରତିବାଦରେ ସ୍ମାରକୀ ପ୍ରଦାନ କରିଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ