ଓଡିଶା

odisha

ETV Bharat / state

ଧାନମଣ୍ଡି ପରିଦର୍ଶନ କଲେ ସାଂସଦ ବସନ୍ତ ପଣ୍ଡା, ବୁଝିଲେ ଚାଷୀଙ୍କ ଦୁଃଖ

ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ ମଣ୍ଡି । କଲମପୁର ବ୍ଲକ ପଣ୍ଡି ଗାଁ ମଣ୍ଡିରେ କୁଇଣ୍ଟାଲ ପିଛା ୫ କେଜି ଧାନ ଦେବାକୁ ଚାଷୀଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହେବା ପରେ ସମୀକ୍ଷା ପାଇଁ ପହଞ୍ଚିଲେ ସାଂସଦ । ଅଧିକ ପଢନ୍ତୁ...

By

Published : Nov 29, 2020, 7:07 AM IST

ଧାନ ମଣ୍ଡିରେ ସମସ୍ୟା ଭୋଗୁଛନ୍ତି ଚାଷୀ
ଧାନ ମଣ୍ଡିରେ ସମସ୍ୟା ଭୋଗୁଛନ୍ତି ଚାଷୀ

ଭବାନୀପାଟଣା: ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ ମଣ୍ଡି । କଲମପୁର ବ୍ଲକ ପଣ୍ଡି ଗାଁ ମଣ୍ଡିରେ କୁଇଣ୍ଟାଲ ପିଛା ୫ କେଜି ଧାନ ଦେବାକୁ ଚାଷୀଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ମଣ୍ଡିରେ ଅଚଳାବସ୍ଥା ଜାରି ରହିଛି । ଶନିବାର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କଲମପୁର ବ୍ଲକକୁ ଦଳୀୟ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଚାଷୀଙ୍କ ଅଭିଯୋଗ ପାଇ ପଣ୍ଡି ଗାଁ ମଣ୍ଡିକୁ ଯାଇଥିଲେ ।

ଧାନ ମଣ୍ଡିରେ ସମସ୍ୟା ଭୋଗୁଛନ୍ତି ଚାଷୀ

ସେଠାରେ ସେ ସ୍ଥାନୀୟ ତହସିଲଦାର କାରିସ୍ମା ବେଶ୍ରା ପେକ୍ସ ଓ ଆଇଏମସି କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ବିନା କଟନୀରେ ଧାନ ନେବାକୁ ରାଜି ହେଉନାହାନ୍ତି ମିଲରଙ୍କ ଏଜେଣ୍ଟ । ସାଂସଦ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details