ଓଡିଶା

odisha

ETV Bharat / state

କଳାହାଣ୍ଡିର ଅଦ୍ଭୁତ କନ୍ୟା: ଆଖି ବନ୍ଦ କରି ପଢୁଛନ୍ତି ବହି, ଚଲାଉଛନ୍ତି ସାଇକେଲ - ସୌମ୍ୟା ସ୍ବରୂପା ସାହୁ

କଳାହାଣ୍ଡିର ଅଦ୍ଭୁତ କନ୍ୟା ସୌମ୍ୟା ସ୍ବରୂପା । ଆଖିରେ ପଟି ବନ୍ଧି ତୃତୀୟ ନୟନରେ ଦେଖିପାରନ୍ତି ସବୁକିଛି । ଆଖି ବୁଜି ଚଳାଇ ପାରନ୍ତି ସାଇକେଲ ଏବଂ ପଢି ପାରନ୍ତି ବହି । ଅଧିକ ପଢନ୍ତୁ

କଳାହାଣ୍ଡିର ଅଦ୍ଭୁତ କନ୍ୟା: ଆଖି ବନ୍ଦ କରି ପଢୁଛନ୍ତି ବହି, ଚଲାଉଛନ୍ତି ସାଇକେଲ
କଳାହାଣ୍ଡିର ଅଦ୍ଭୁତ କନ୍ୟା: ଆଖି ବନ୍ଦ କରି ପଢୁଛନ୍ତି ବହି, ଚଲାଉଛନ୍ତି ସାଇକେଲ

By

Published : Jan 7, 2022, 7:53 PM IST

ଭବାନୀପାଟଣା:ପିଲାଦିନେ ସମସ୍ତେ ଆଖିରେ ପଟି ବାନ୍ଧି ଚୋର ପୋଲିସ୍ ଖେଳିଥିବେ ନିଶ୍ଚୟ । ହେଲେ କେବେ ଆଖି ବନ୍ଦ କରି ସାଇକେଲ୍ ଚଳାଇବା ଏବଂ ପାଠ ପଢିବା କଥା ଶୁଣିଛନ୍ତି । ଏଭଳି ଜଣେ ଅଦ୍ଭୁତ କନ୍ୟା ଅଛନ୍ତି ଯିଏ ଆଖିରେ ପଟି ବାନ୍ଧି ନିଜ ଚତୁଃପାର୍ଶ୍ବରେ ଘଟୁଥିବା ସମସ୍ତ ଘଟଣାବଳୀ ସମ୍ପର୍କରେ ଜାଣିପାରନ୍ତି । ସେ ଆଖି ବୁଜି ଲେଖି ପାରନ୍ତି, ପଢି ପାରନ୍ତି, ରଙ୍ଗ ଚିହ୍ନ ପାରନ୍ତି ଏପରିକି ଫୋନ୍ କଲ୍‌ରେ ଥିବା ବ୍ୟକ୍ତି କେଉଁ ରଙ୍ଗର ପୋଷାକ ପିନ୍ଧିଛନ୍ତି, ତାହା ମଧ୍ୟ କହିପାରନ୍ତି ।

ଆଖି ବନ୍ଦ କରି ପଢୁଛନ୍ତି ବହି, ଚଲାଉଛନ୍ତି ସାଇକେଲ

କଥାଟା ଅଜବ ଲାଗୁଥିଲେ ମଧ୍ୟ ନିରାଟ ସତ । ଏହି ଅଦ୍ଭୁତ ପ୍ରତିଭାଧାରୀ ଝିଅ ହେଉଛନ୍ତି କଳାହାଣ୍ଡିର 7 ବର୍ଷୀୟା ସୌମ୍ୟା ସ୍ବରୂପା ସାହୁ ।

କଳାହାଣ୍ଡି ଜୁନାଗଡ ସହରର ଜୟନ୍ତ ସାହୁ ଓ ରୀନା ସାହୁଙ୍କ ଝିଅ ହେଉଛନ୍ତି ସୌମ୍ୟା ସ୍ବରୂପା । ବୟସ ମାତ୍ର 7 ବର୍ଷ । ଗତ 8 ମାସ ତଳେ କେନ୍ଦୁଝରର ଅନ୍ତର୍ଜାତୀୟ ବ୍ରେନ୍ ମାଷ୍ଟର ତପେଶ୍ବର ମହନ୍ତଙ୍କ ଠାରୁ ଟ୍ରେନିଂ ନେଇଥିଲେ ସୌମ୍ୟା । ଟ୍ରେନିଂ ସାଙ୍ଗକୁ ଦୈନିକ ମେଡିଟେସନ ଝିଅଟିର ଅନ୍ତଃର୍ନିହିତ ପ୍ରତିଭାକୁ ପ୍ରସ୍ଫୁଟିତ କରିଥିଲା । ପ୍ରଥମେ ଆଖି ବୁଜି ଲେଖିବା, ପଢିବା ସହ ବିଭିନ୍ନ ରଙ୍ଗ ଚିହ୍ନି ପାରିଥିଲେ ।

ଆଉ ଏବେ ଖେଳିବା, ଦୌଡ଼ିବା ଠୁ ଆରମ୍ଭ କରି ସାଇକେଲ ଚଳାଇବା ଯାଏଁ ସବୁକିଛି ଅତି ସହଜରେ କରିପାରୁଛି ଏଇ କୁନି ଝିଅଟି । ଏସବୁ କାର୍ଯ୍ୟ ସେ ତୃତୀୟ ନୟନରେ ଦେଖି କରିପାରୁଥିବା କୁହନ୍ତି ସୌମ୍ୟା । ସମସ୍ତଙ୍କୁ ହତବାକ୍ କରିଦେଉଥିବା ପିଲାଟିର ଏଭଳି ପ୍ରତିଭାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବଡ ହୋଇ ଆଇପିଏସ ଅଫିସର ହେବାକୁ ଚାହୁଁଥିବା ସୌମ୍ୟ ଗୀତ ଗାଇବା ଓ ଆଙ୍କରିଂରେ ରୁଚି ରଖନ୍ତି ।

କୁହନ୍ତି ଅଭ୍ୟାସ ଓ ଅଧ୍ୟବସାୟ ସଫଳତାର ଚାବି କାଠି । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ସୌମ୍ୟା ସ୍ବରୁପା ସାହୁ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details