ଓଡିଶା

odisha

ETV Bharat / state

ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଚେନ୍ନାଇରୁ ଫେରିପାରୁନି ମୃତଦେହ - କଳାହାଣ୍ଡି ଜିଲ୍ଲାରେ ଦାଦନ ଏକ ମୁଖ୍ୟ ସମସ୍ୟା

କଳାହାଣ୍ଡିରେ ଦାଦନ ଦୁଃଖ । ଗାଁକୁ ଫେରିପାରୁନି ମୃତଦେହ । ଜୁନାଗଡ଼ ଥାନା ଅନ୍ତର୍ଗତ କୁଲିହାରି ଗ୍ରାମର ଜଣେ ବ୍ୟକ୍ତି ଦାଦନ ପାଇଁ ଚେନ୍ନାଇ ଯାଇଥିବାବେଳେ ହଠାତ ମୃତ୍ୟୁ ଘଟିଛି । ମୃତଦେହ ଫେରିପାରୁନଥିବାରୁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

kalahandi migrant labour died in chennai
ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଚେନ୍ନାଇରୁ ଫେରିପାରୁନି ମୃତଦେହ

By

Published : Sep 17, 2022, 10:52 AM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଦାଦନ ଏକ ମୁଖ୍ୟ ସମସ୍ୟା ପାଲଟିଛି । ପିଲାଙ୍କଠୁ ବୁଢ଼ାଯାଏ ସଭିଏଁ ଦାଦନ ମୁହାଁ ହେଉଛନ୍ତି । କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡୁଛନ୍ତି ସଭିଏଁ । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ କିଏ ମୃତଦେହ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହେଇ ଫେରୁଛି । ଆଉ କିଏ ଫେରି ମଧ୍ୟ ପାରୁନାହାନ୍ତି । ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏପଟେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ।

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ଦାଦନ ଦୁଃଖ । ମୃତ୍ୟୁପରେ ମଧ୍ୟ ଗାଁକୁ ଫେରି ପାରୁନାହିଁ ଦାଦନ ଶ୍ରମିକଙ୍କ ମୃତଦେହ । ସୂଚନା ଅନୁଯାୟୀ ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ କୁଲିହାରି ଗ୍ରାମର କମାଲ ଲୋଚନ ତାଣ୍ଡି ଗତ ଦୁଇମାସ ତଳେ ପରିବାର ପ୍ରତିପୋଷଣ ଆଶାରେ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଠିକା କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ କାମ କରୁଥିବା ବେଳେ କୌଣସି କାରଣରୁ ପଡି ଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ କମାଲଲୋଚନଙ୍କ ସାଥି ଶ୍ରମିକ ମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ମୃତଦେହ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ସମ୍ପୃକ୍ତ ଠିକା ସଂସ୍ଥାକୁ ଜଣାଇଥିଲେ। କିନ୍ତୁ ମାଲିକ ସିଧାସଳଖ ମନା କରି ଦେଇଥିବା ବେଳେ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପାଖରେ ଟଙ୍କା ନଥିବା ଯୋଗୁଁ ମୃତଦେହ ଗ୍ରାମକୁ ଫେରି ପାରୁ ନଥିବା ବେଳେ ଜିଲ୍ଲା ପ୍ରଶାସନ ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଦାଦନ ଶ୍ରମିକ ବେଳେ ଶିଖିଲେ କୌଶଳ, ଗାଁକୁ ଫେରି ହେଲେ ସଫଳ ଚାଷୀ

ଏହା ପୂର୍ବରୁ ମଧ୍ୟ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଚିଙ୍ଗିରିପାସ୍ ଗ୍ରାମରେ ଏଭଳି ଘଟଣା ଘଟିଥିଲା । ଗ୍ରାମର ସୁଦର୍ଶନ ଝୋଡିଆ ପରିବାର ପ୍ରତିପୋଷଣ ଆଶାରେ ଗତ ୩ ବର୍ଷ ତଳେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ ଷ୍ଟିଲ କମ୍ପାନୀରେ କାମ କରୁଥିଲେ କିନ୍ତୁ, ହଠାତ ସକାଳୁ ସେ କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସୁଦର୍ଶନଙ୍କୁ ସାଥି ଶ୍ରମିକମାନେ ତୁରନ୍ତ ନିକଟସ୍ଥ ମେଡ଼ିକାଲକୁ ନେଇଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଆଣିବା ପାଇଁ ପରିବାର ଲୋକେ କମ୍ପାନୀ ସହ ଆଲୋଚନା କରିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ସୁଦରଦର୍ଶନଙ୍କ ମୃତଦେହ ଗ୍ରାମକୁ ଫେରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details