ଭବାନୀପାଟଣା: ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ, ଜୀବନର କୌଣସି ପରିସ୍ଥିତିରେ ସାଥ ଛାଡିବେ ନାହିଁ ବୋଲି ମୁଣ୍ଡ ଛୁଇଁଥିଲେ, ସବୁ ବିପଦରେ ହାତ ଧରି ଚାଲୁଥିବି ବୋଲି ସ୍ତ୍ରୀକୁ କଥା ଦେଇଥିଲା ସ୍ବାମୀ । କିନ୍ତୁ ସେ ପ୍ରତିଶ୍ରୁତି ପାଣି ଫୋଟକା ପରି ପାଣିରେ ମିଳାଇଯାଇଛି । ଦାଦନ ଖଟିବାକୁ ଯାଇଥିବାବେଳେ ସ୍ତ୍ରୀକୁ ବିକ୍ରି କରି ଅନ୍ୟ ରାଜ୍ୟର ଜଣେ ପୁରୁଷ ସହ ବିବାହ କରାଇଦେଲା ସ୍ବାମୀ । ଏହି ଘଟଣା ଏବେ କଳାହାଣ୍ଡିର ନର୍ଲା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଅଟକ ରଖିଛି ।
ଦାଦନ ଖଟିବାକୁ ଦିଲ୍ଲୀ ଯାଇଥିଲେ ସ୍ବାମୀ ସ୍ତ୍ରୀ
କଳାହାଣ୍ଡି ଜିଲ୍ଲା ମୁଣ୍ଡା ଗାର ସ୍ବାମୀ ସ୍ତ୍ରୀ କ୍ଷୀରା ବେରୁକ୍ ଓ ପୂର୍ଣ୍ଣମୀ ଭୋଇ । ଉଭୟ ଦାଦନ ଖଟିବାକୁ ଗତ ଅକ୍ଟୋବର ମାସ 30 ତାରିଖ ଦିନ ଦିଲ୍ଲୀ ଯାଇଥିଲେ । ସେଠାରେ ୨ ତାରିଖରେ ପହଞ୍ଚିବା ପରେ ସ୍ବାମୀ କ୍ଷୀରା ଜଣେ ବ୍ୟକ୍ତିଙ୍କ ହାତରେ ନିଜର ସ୍ତ୍ରୀ ପୂର୍ଣ୍ଣମୀ ଭୋଇଙ୍କୁ ବିବାହ କରିଦେଇଥିଲେ ।
ଅଭିଯୋଗ ପରେ ସ୍ବାମୀ ଅଟକ