ଭବାନୀପାଟଣା: ନୃତ୍ୟ ଗୀତରେ ଦୁଲୁକିବ ମଞ୍ଚ । ଆସନ୍ତା ଲି ଠାରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଆରମ୍ଭ ହେବାକୁ ଯାଉଛି । କଳା ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪କୁ ନେଇ ଉତ୍ସାହିତ କଳାହାଣ୍ଡିବାସୀ । ଆସନ୍ତାକାଲି ଭବାନୀପାଟଣା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଅନୁଷ୍ଟିତ ହେବାକୁ ଯାଉଛି ଜିଲ୍ଲା ସ୍ଥାରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ । ଯାହାକୁ ନେଇ ଏବେ ଠାରୁ ସଜେଇ ହେଲାଣି ଭବାନୀପାଟଣା ସହର । ଜିଲ୍ଲାର ବିର ବାଦ୍ୟ ଘୁମୁରାକୁ ନେଇ ଏହି ଉତ୍ସବର ନାମକରଣ ହୋଇଥିବା ବେଳେ ଲୋକଗୀତ ଲୋକ ନୃତ୍ୟ ଓ ଲୋକ ସଂସ୍କୃତିର ପରମ୍ପରାକୁ ନେଇ ଏହି ଉତ୍ସବ ଅନୁଷ୍ଠିତ ହେବ ।
ଆସନ୍ତାକାଲି ଠାରୁ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ ହେବ । ୧୪ରୁ ୧୭ ତାରିଖ ଦୀର୍ଘ ୪ ଦିନ ଧରି ଦୁଲୁକି ଉଠିବ ରେଣ୍ଡୋ ମାଝୀ ମଞ୍ଚ । ଏନେଇ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ସମସ୍ତ ବ୍ଲକରୁ ମଶାଲ ଆସି ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ରେଣ୍ଡୋ ମାଝୀ ମଞ୍ଚରେ ପହଞ୍ଚିବ। ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଆସାମର ବିହୁ, ଝାରଖଣ୍ଡର ପାଇକିଆ ନୃତ୍ୟ,ମହାରାଷ୍ଟ୍ରର ଲାବନ୍ୟା ନୃତ୍ୟ, ଛତିଶଗଡ଼ର ପନ୍ତି ନୃତ୍ୟ, ପଞ୍ଜାବର ଭାଙ୍ଗଡା ନୃତ୍ୟ, ହରିଆଣାର ଫାକ ନୃତ୍ୟ, ରାଜସ୍ତାନର ମାନିହାର ଓ କାଲବେରିଆ ନୃତ୍ୟ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କାଳ ସଂସ୍କୃତି ପ୍ରଦର୍ଶିତ ହେବ । ସେହିପରି ପର୍ବା ମଞ୍ଚରେ ଜିଲ୍ଲାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ନୃତ୍ୟ ପରିବେଷଣ ହେବ ।