ଭବାନୀପାଟଣା:ବଜାର ଉପରେ ହୋଇଛି ମହଙ୍ଗା ମାଡ଼ । ଗ୍ୟାସଠାରୁ ଆରମ୍ଭ କରି ତେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଜୀବିକା ଉପରେ ବେଶ ପ୍ରଭାବ ପକାଇଛି । ଆଜି (ସୋମବାର) ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ କଳାହାଣ୍ଡି ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଦର ଉପରେ ରୋକ ଲଗାଇବା ଲାଗି ସେମାନେ ଦାବି କରିଛନ୍ତି ।
ମହିଳା କଂଗ୍ରେସ ଭବାନୀପାଟଣା ଘୋଡାଘାଟ ଛକରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ । ମହିଳା କଂଗ୍ରେସ କର୍ମୀମାନେ ଗ୍ୟାସ ସିଲିଣ୍ଡର ରଖି ଏହା ସମ୍ମୁଖରେ କାଠ ଜାଳି ପ୍ରତିବାଦ କରିଛନ୍ତି । ଯଥାଶୀଘ୍ର ସରକାର ଅହେତୁକ ଦର ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଦାବି କରିଛି ମହିଳା କଂଗ୍ରେସ ।