ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ମ. ରାମପୁର ବନପାଳ; 10ହଜାର ଲାଞ୍ଚ ନେଇ ଗିରଫ - ବନପାଳ ରୁଦ୍ରମାଧବ

ରାଜ୍ୟ ପ୍ରଶାସନରେ ହେଉଥିବା ଦୁର୍ନିତୀକୁ ରୋକିବା ପାଇଁ ରାଜ୍ୟ ସରକାର 5‘ଟି’ ସମେତ ମୋ ସରକାର ଆରମ୍ଭ କରିଛନ୍ତି । କିନ୍ତୁ ଅନେକ ସରକାରୀ କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ । ଆଜି ପୁଣି ଜଣେ ଲାଞ୍ଚୁଆ ବନପାଳ ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Oct 20, 2019, 10:45 PM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ. ରାମପୁର ବନପାଳ ରୁଦ୍ରମାଧବ ଗହୀର ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଘଟଣା ଅନୁସାରେ ସୁଧନ ଭୋଇ ନାମକ ଜଣେ ସରକାରୀ କର୍ମଚାରୀ ମ. ରାମପୁର ରେଞ୍ଜରେ ସ୍କ୍ୱାଡ ଭାବେ ଅନେକ ଦିନରୁ ନିୟୋଜିତ ଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କୌଣସି କାରଣରୁ ସୁଧନଙ୍କୁ କେଗାଁକୁ ବଦଳି କରାଯାଇଥିଲା। ପରେ ସେ ଚାକିରିରୁ ବାହାରି ଯାଇଥିଲେ। ଏହି ଘଟଣାକୁ ନେଇ ମ. ରାମପୁର ବନପାଳ ରୁଦ୍ରମାଧବ 10 ହଜାର ଟଙ୍କା ଦେଲେ ପୁଣି ଥରେ ଚାକୀରିରେ ରଖିଦେବେ ବୋଲି କହିଥିଲେ । ଦାବି ମୁତାବକ ସୁଧନ ଭୋଇ ମ.ରାମପୁର ଆସି ଭଡାଘରେ ରହୁଥିବା ବନପାଳ ଗହୀରଙ୍କୁ ୧୦ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବନପାଳଙ୍କୁ ଗିରଫ କରିଥିଲେ ।

ଏଥିସହ ଗିରଫ ବନପାଳଙ୍କ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଏଥିରେ ଇନ୍ସପେକ୍ଟର କଳାବତୀ ବାଗ ଓ ସନ୍ତୋଷ ମହାନ୍ତି, ଷ୍ଟେନୋ ଶିବପ୍ରସାଦ ପ୍ରଧାନ, କନଷ୍ଟେବଲ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details