ଭବାନୀପାଟଣା:ଟଙ୍କା ପାଇଁ ସରପଞ୍ଚ ସାଜିଲେ ଲୁଟେରା । ଛେଳି ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟ ଅଭିଯୋଗ ପରେ ବନ୍ଧା ହେଲେ ଲୁଟେରା ସରପଞ୍ଚ । ଏଭଳି ଘଟଣା ଘଟିଛି ମଦନପୁର ରାମପୁର ବ୍ଲକରେ । ଲୁଟେରା ସରପଞ୍ଚ ଜଣଙ୍କ ହେଉଛନ୍ତି ଉର୍ଲାଦାନୀ ପଞ୍ଚାୟତର ସରପଞ୍ଚ ଗନ୍ଧର୍ବ ପୂଝାରୀ ।
ଲୁଟେରା ସରପଞ୍ଚ ଗିରଫ, ଛେଳି ବ୍ୟବସାୟୀଙ୍କ ଠୁ ଲୁଟିଥିଲେ ଲକ୍ଷେ - କଳାହାଣ୍ଡି ସରପଞ୍ଚ ଗିରଫ
ଛେଳି ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟି ନେଇ ଗିରଫ ହେଲେ ଉର୍ଲାଦାନୀ ପଞ୍ଚାୟତ ସରପଞ୍ଚ ଗନ୍ଧର୍ବ ପୂଝାରୀ । ଅଧିକ ପଢନ୍ତୁ
ସୂଚନାଅନୁଯାୟୀ ଗତ ୧୩ ତାରିଖ ଦିନ କନ୍ଧମାଳ ମଣ୍ଡଳପଦର ଗାଁର ଛେଳି ବ୍ୟବସାୟୀ ଈଶ୍ବର ନାୟକ ମଦନପୁର ରାମପୁର ଗ୍ରାମକୁ ଆସି ଫେରୁଥିବା ବେଳେ ସରପଞ୍ଚ ଗନ୍ଧର୍ବ ପୂଝାରୀ ଓ ବାଇଜରକା ଗାଁର ପିତବାସ ପାତ୍ର ତାଙ୍କୁ ରାସ୍ତାରେ ଅଟକାଇ ଟଙ୍କା ମାଗିଥିଲେ। ତେବେ ସେ ଟଙ୍କା ନ ଦେବାରୁ ତାଙ୍କ ଉପରକୁ ମଦ ଫିଙ୍ଗି ବେହୋସ କରିବା ପରେ ହରଲଙ୍ଗା ନିକଟସ୍ଥ ବୁଢିପଦର ପୋଲ ତଳକୁ ଫିଙ୍ଗି ଦେଇ ବ୍ୟାଗରେ ଥିବା ୧ ଲକ୍ଷ ୨୩ ହଜାର ଟଙ୍କା ସରପଞ୍ଚ ଲୁଟି ନେଇଥିଲେ। ତେବେ ଦୁଇ ଦିନ ପର୍ଯ୍ୟନ୍ତ ଈଶ୍ବର ଘରକୁ ନ ଫେରିବାରୁ ପରିବାର ଲୋକେ ଗତ ୧୫ ତାରିଖ ଦିନ ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରି ଈଶ୍ୱରଙ୍କୁ ପୋଲ ତଳୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାପରେ ପୋଲିସ ସରପଞ୍ଚ ଗନ୍ଧର୍ବ ଓ ସହଯୋଗୀ ପିତବାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ