ଭବାନୀପାଟଣା :ବିଭିନ୍ନ ସମୟରେ ଅଞ୍ଚଳର ବିକାଶ ହେଉ ଅବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ବା ଅନେକ ସମସ୍ୟାର ସମାଧାନ ପାଇଁ ଅଞ୍ଚଳର ଓକିଲ ସଂଘ ବା ବାର କାଉନସିଲ ସଦସ୍ୟମାନେ ଆଗକୁ ଆସି ସମର୍ଥନ ଦେବା ସହ ଆନ୍ଦୋଳନରେ ସାମିଲ ହୋଇଥାନ୍ତି । ହେଲେ ଏବେ ଆଉ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ବାର କାଉନସିଲ୍ ସଦସ୍ୟ । ଏନେଇ ଭାରତୀୟ ବାର୍ କାଉନସିଲ ଓ ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଯାହାକୁ ବିରୋଧ କରି ଆଜି ଜିଲ୍ଲା ବ୍ୟାପୀ ଓକିଲ ସଂଘମାନେ ସତ୍ୟାଗ୍ରହରେ ବସିଛନ୍ତି ।
ବାରମ୍ବାର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହେବା ଯୋଗୁଁ ଲୋକେ ନ୍ୟାୟ ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସର୍ବୋଚ୍ଚ ଅଦାଲତରେ ଏକ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି ଭାରତୀୟ ବାର୍ କାଉନ୍ସିଲ ଓ ରାଜ୍ୟ ବାର୍ କାଉନ୍ସିଲ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।