ଭବାନୀପାଟଣା: ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି ସରକାର । ସରକାରଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ସଦୃଶ୍ୟ ହୋଇଛି । ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା କରିଦେଲେ ସରକାର ମାତ୍ର ଏଯାଏଁ ପ୍ରତିଶ୍ରୁତି ପୂରଣ ହୋଇନାହିଁ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜଧାନୀରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ । ରାଜରାସ୍ତାରେ ଗର୍ଜିବେ ଶିକ୍ଷକ ସଂଘ । ଠକା ନିଯୁକ୍ତି ହଟାଯିବାକୁ ଘୋଷଣା ହୋଇଥିଲେ ସୁଦ୍ଧା ଆଜି ଯାଏଁ କଳାହାଣ୍ଡି ହାଇସ୍କୁଲ ଶିକ୍ଷକ ସଂଘ ଉପକୃତ ହୋଇନାହାନ୍ତି । ଫଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ହାଇସ୍କୁଲ ଶିକ୍ଷକ ସଂଘ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ ।
କଳାହାଣ୍ଡି ଜିଲ୍ଲା ସରକାରୀ ହାଇସ୍କୁଲୁ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ପ୍ରଥା ହଟାଇବା ଘୋଷଣାର ୭ ମାସ ପରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୮୦୦୦ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରାଯାଇନାହିଁ । ଏହାର ପ୍ରତିବାଦରେ ରାଜ୍ୟ ସଂଘ ଏପ୍ରିଲ ୧-ଏପ୍ରିଲ ୧୩ ଯାଏଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲା । ଦୀର୍ଘ ୧୩ ଦିନର ଧାରଣା ପରେ ଏପ୍ରିଲ ୧୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ନିୟମିତ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅନୁରୂପ ଭାବେ ବିଭାଗୀୟ ମନ୍ତ୍ରୀ ସାମାଜିକ ଗଣମାଧ୍ୟମ ସମ୍ମୁଖରେ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଓଡ଼ିଆ ନବବର୍ଷ ଭେଟି ଦେଲେ ବୋଲି ପ୍ରକାଶ କଲେ। ଏହା ପରେ ବିଭାଗୀୟ ଅଧିକାରୀଙ୍କ ଉପରେ ଆସ୍ଥା ରଖି ରାଜ୍ୟ ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲା ।