କଳାହାଣ୍ଡି: କୋଭିଡ-୧୯ ଗାଇଡ ଲାଇନ ଉଲ୍ଲଂଘନ କରି ଏବିଡିଓ ନିଲମ୍ବିତ ହୋଇଛନ୍ତି । କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମାଞ୍ଚଳରୁ ସହର ଯାଏଁ ବିଭିନ୍ନ ପଦକ୍ଷେପ ସବୁ ହାତକୁ ନେଇଥିବା ବେଳେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡିଓ ତହସିଲଦାର ମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।
କୋରୋନା ମୁକାବିଲାକୁ ନେଇ କାର୍ଯ୍ୟରେ ଅବହେଳା, ଏବିଡିଓ ନିଲମ୍ବିତ - golmunda abdo suspend
କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗୋଲାମୁଣ୍ଡା ଏବିଡିଓ ନିଳମ୍ବିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
suspend
କୋରୋନା ମୁକାବିଲାକୁ ନେଇ କାର୍ଯ୍ୟରେ ଅବହେଳା, ଏବିଡିଓ ନିଲମ୍ବିତ
ତେବେ ଗୋଲାମୁଣ୍ଡା ବ୍ଲକ ଏବିଡିଓ ପଦ୍ମନାଭ ପାତ୍ର ବିଭିନ୍ନ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ସହ ବ୍ଲକ ମୁଖ୍ୟାଳୟରେ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଥିଲେ । ଏନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଜରୁରୀ କାଳୀନ ସ୍ଥିତିରେ ନିୟମିତ କାର୍ଯ୍ୟରେ ଅବହେଳା ଓ ବ୍ଲକ ମୁଖ୍ୟାଳୟରେ ଅନୁପସ୍ଥିତ ଯୋଗୁଁ ଓଡିଶା ସରକାରଙ୍କ ପଞ୍ଚାୟତ ରାଜବିଭାଗ ପକ୍ଷରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Apr 1, 2020, 8:55 PM IST