ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପ୍ରେମ ପ୍ରତାରଣା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରେମିକାକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ନିରୁପାୟ ହୋଇ ପ୍ରେମିକା ଏସପିଙ୍କ ଦ୍ୱାରସ୍ଥ ହୋଇଛି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମହିଳା ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ସେହି ପଡାର ଜନାବ ରିଆଜୁଲ ହାଫିଜକୁ ଭଲ ପାଉଥିଲେ । ବିବାହର ପ୍ରଲୋଭନ ଦେଖାଇ ପ୍ରେମିକ ଜନାବ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲା । କିନ୍ତୁ, ବର୍ତ୍ତମାନ ସେ ଚଳିତ ମାସ ୩୧ ତାରିଖ ଦିନ ଅନ୍ୟତ୍ର ବିବାହ କରୁଥିବା ନେଇ ପ୍ରେମିକା ଖବର ପାଇ ତାଙ୍କ ପ୍ରେମିକ ରିଆଜୁଲ ହାଫିଜଙ୍କୁ ପଚାରିବାରୁ ସେ ମାରିଦେବାକୁ ଧମକ ଦେଇଥିଲା ।
ପରେ ପିଡିତା ଜୟପାଟଣା ମୁସଲିମ ସୁନି ଜମାତକୁ ଲିଖିତ ଅଭିଯୋଗ କରିଥିଲେ । ପରେ ସେଠାରେ ଏକ ସଭା ଆୟୋଜ କରାଯାଇଥିଲା । ସମାଜ ସଭାପତି ତାଙ୍କୁ ପଚରାଉଚୁରା କରିଥିଲେ । କିନ୍ତୁ ସେଠାର ରିଆଜୁଲ ହାଫିଜ, ମହିଳାଙ୍କ ସହ କିଛି ସମ୍ପର୍କ ନଥିବା କହିଥିଲେ । ତେବେ ସେଠାରେ କୌଣସି ସୁଫଳ ନମିଳିବାରୁ ପିଡିତା ପୋଲିସର ଦ୍ୱାରସ୍ଥ ହୋଇଥିଲେ ।