କଳାହାଣ୍ଡି: ବିଦ୍ୟାଳୟରେ ନକଲି ଭିଜିଲାନ୍ସ ଅଧିକାରୀ । ଶିକ୍ଷାଦାନ ଚାଲିଥିବା ବେଳେ ହଠାତ ସ୍କୁଲରେ ପଶି ଭିଜିଲାନ୍ସ ଅଧିକାରୀର ପରିଚୟ ଦେଇ ଚଢାଉ କଲେ । ଏହାସହ ବିଭିନ୍ନ କାଗଜ ପତ୍ର ମାଗି ଯାଞ୍ଚ ଆରମ୍ଭ କଲେ । ଶିକ୍ଷକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କଲେ ।
ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲରେ ଶିକ୍ଷାଦାନ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ବ୍ୟକ୍ତି ଆସି ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ ଏମିତି କାଣ୍ଡ ଭିଆଇଛନ୍ତି । ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ମ. ରାମପୁର ପୋଲିସ ପହଞ୍ଚି ଉଭୟଙ୍କୁ ନିଜ ହେପାଜକୁ ନେଇଛି ।