ଓଡିଶା

odisha

ETV Bharat / state

ବାରହା ଆକ୍ରମଣରେ ଜଣେ ଗୁରୁତର - ଗୁରୁତର ଅବସ୍ଥାରେ ଉଦ୍ଧାର

ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ବାରହା ଆକ୍ରମଣରେ ଜଣେ ଗୁରୁତର ଆହତ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

By

Published : Sep 12, 2019, 11:45 PM IST

କଳାହାଣ୍ଡି : ଗୋଲାମୁଣ୍ଡା ବ୍ଳକ୍ ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଜାମଗୁଡାବାହାଲ ଗ୍ରାମର ବିଦେଶୀ ମଲିକ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବିଦେଶୀ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ବେଳେ ଏକ ଜଙ୍ଗଲୀ ବାରହା ଅତର୍କିତ ଭାବରେ ପଛପଟୁ ଆକ୍ରମଣ କରିଥିଲା । ବାରହାର ଆକ୍ରମଣରେ ବିଦେଶୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଜଙ୍ଘ ଓ ହାତରେ ଗଭୀର ଆଘାତ ଲାଗିଛି । ଏହି ସମୟରେ ଅନ୍ୟ ମାନେ ଖବରପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details