ଓଡିଶା

odisha

ପଟ୍ଟାୟତଙ୍କ ବୃକ୍ଷବଣ; ଲାଗିଛି ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ, ପ୍ରଶଂସା କଲେ ମୋଦି

By

Published : Sep 27, 2021, 8:41 PM IST

ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଓ ସେବା ପରେ ସୃଷ୍ଟି ହୋଇଛି ଏହି ଔଷଧୀୟ ବୃକ୍ଷବଣ । ଜୈବିକ ସାର ପ୍ରୟୋଗ କରି ଏହି ଔଷଧୀୟ ଗଛ ଲାଗିଛି । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି କରିଥିବା ବେଳେ ତାଙ୍କର ଏହି ନିଶା ଆଜି ଜଗତ କଲ୍ୟାଣରେ ବ୍ୟବହାର ହେଉଛି । ଅଧିକ ପଢନ୍ତୁ...

medicinal plants
medicinal plants

କଳାହାଣ୍ଡି: ଜିଲ୍ଲାର ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ ନିଜ ଘର ପଛ ପଟରେ ଥିବା ଦେଢ ଏକର ଜମିରେ ଔଷଧୀୟ ବୃକ୍ଷ ସୃଷ୍ଟି କରି ଏବେ ଚର୍ଚ୍ଚାରେ । କହିବାକୁ ଗଲେ ପଟ୍ଟାୟତ ମେଡିକାଲ ଗାର୍ଡେନ ସୃଷ୍ଟି କରି ୩ ହଜାର ପ୍ରକାର ଔଷଧୀୟ ବୃକ୍ଷ ବଞ୍ଚେଇବାରେ ସଫଳ ହୋଇଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମଗ୍ର ଓଡିଶାରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ପଟ୍ଟାୟତଙ୍କ ବୃକ୍ଷବଣ; ଯେଉଁଠି ଲାଗିଛି ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷ

ଏଥିପାଇଁ ପଟ୍ଟୟତଙ୍କୁ ବନୌଷଧି ପ୍ରବୀଣ, ଆୟୁର୍ବେଦ ଶିରୋମଣି, ବନୌଷଧି ବିଶାରଦ ଭଳି ଅନେକ ଉପାଧି ମିଳିଛି । ଦିନକୁ ଦିନ ଜଙ୍ଗଳ କ୍ଷୟ ହେବା ଦ୍ବାରା ଔଷଧୀୟ ବୃକ୍ଷ ମଧ୍ୟ ନଷ୍ଟ ହେବାକୁ ବସିଛି । ଫଳରେ ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଲାଣି। ଏହାର ସୁରକ୍ଷା ଓ ଔଷଧୀୟ ବୃକ୍ଷର ସୃଷ୍ଟି ବାର୍ତ୍ତା ଓ ଉପକାରୀତା ଆଗାମୀ ଭବିଷ୍ୟତ ପାଇଁ ସଂରକ୍ଷିତ ରଖିବା ଜରୁରୀ । ଏଥିପାଇଁ ୪୦ ବର୍ଷ ପୂର୍ବେ ତାଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା ପଟ୍ଟାୟତ ଏହି ଔଷଧୀୟ ବଗିଚାର ମଞ୍ଚି ପୋତିଥିଲେ ।

ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଓ ସେବା ପରେ ଏବେ ସୃଷ୍ଟି ହୋଇଛି ଏହି ଔଷଧୀୟ ବୃକ୍ଷବଣ । ବିଶେଷ କରି ଜୈବିକ ସାରର ପ୍ରୟୋଗ କରି ଏହି ଔଷଧୀୟ ଗଛକୁ ଲଗାଇଛନ୍ତି ସେ । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି କରିଥିବା ବେଳେ ତାଙ୍କର ଏହି ନିଶା ଆଜି ଜଗତ କଲ୍ୟାଣରେ ବ୍ୟବହାର ହେଉଥିବା କହିଛନ୍ତି । ପଟ୍ଟାୟତ ସାହୁ ଦିନ ବେଳା ଚାଷୀ ରୂପେ ନିଜ ବଗିଚାରେ କାମ କରୁଥିବା ବେଳେ ରାତିରେ ଜଣେ ବୈଦ୍ୟ ରୂପେ ଆୟୁର୍ବେଦ ଚିକିତ୍ସା କରନ୍ତି।

ତେବେ ପଟ୍ଟୟାତଙ୍କ ଏହି ଔଷଧୀୟ ବୃକ୍ଷ ବଣ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନକୀ ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇବା ପରେ, ଏବେ ପଟ୍ଟୟତଙ୍କୁ ନେଇ ସବୁଠି ଚର୍ଚ୍ଚା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details