ଭବାନୀପାଟଣା:ବିଶ୍ବ ଦେଖିଲା କଳାହାଣ୍ଡି କଳା । ଘୁଡ଼କା, ବଜାଶାଳ, ଢାପ, ଘୁମୁରାରେ କମ୍ପିଲା ଜାପାନର ଟୋକିଓ ସହର । ଜାପାନରେ ପ୍ରଦର୍ଶିତ ହେଲା କଳାହାଣ୍ଡିର ଲୋକ ସଂସ୍କୃତି ଓ ପରମ୍ପରା । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର କଲା ସଂସ୍କୃତି ବେଶ ନିଆରା । ସେ ବଜାଶାଲ ବାଦ୍ୟର କଥା ହେଉ କି ବିରବାଦ୍ୟ ଘୁମୁରା ସବୁଥିରେ ଭରି ରହିଛି ସଂସ୍କୃତି ଓ ପରମ୍ପରା । ଆଉ ଏହି ଲୋକ ସଂସ୍କୃତି ଏବେ ବିଶ୍ୱ ଦରବାରରେ ପ୍ରଦର୍ଶିତ ହୋଇଛି । ଜାପାନରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଛି କଳାହାଣ୍ଡି ଲୋକ ସଂସ୍କୃତି ଓ ପରମ୍ପରା ।
ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ପରିଚିତ କଳାହାଣ୍ଡି ଜିଲ୍ଲା । ଆଧୁନିକତାର ଚାକଚକ୍ୟରେ ବି ଲୁଚି ପାରି ନାହିଁ ଘୁମୁରାର ଘୁମୁଘୁମୁ ନାଦ ସହ ରସରକେଳି ମାଏଲାଜଡ଼ । ନା ହଜିଛି ବନା ବାଡିର ପରମ୍ପରା, ମହାବୀର ଅନୁଷ୍ଠାନର କଳାକାର ନିଜ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଥିବା ବେଳେ ଏବେ ପୁଣି ଥରେ ଜାପାନରେ ନିଜ କଳାକୁ ପ୍ରଦର୍ଶତ କରି ସାଉଁଟିଛନ୍ତି ପ୍ରଶଂସା । ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଏକ ୧୧ ଜଣିଆ ସାଂସ୍କୃତିକ ଦଳ ଜାପାନ ଗସ୍ତରେ ଯାଇଛନ୍ତି । ଟୋକିଓରେ ଥିବା ଭାରତୀୟ ଦୂତାବାସରେ ଭାରତର ଜି- ୨୦ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ଲୋକନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ, ଦୁର୍ବଳତା ଚିହ୍ନଟ କର