କଳାହାଣ୍ଡି: ଜିଲ୍ଲାର ଚିର ମରୁଡି ପ୍ରବଣ ବ୍ଲକ ଭାବରେ ବେଶ ପରିଚିତ ଗୋଲାମୁଣ୍ଡା । ବ୍ଲକର ପଖାନ ଯୋର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଧୀନରେ ଜମି ହରାଇଥିବା ଚାଷୀଙ୍କୁ ଦୀର୍ଘ ୩ ବର୍ଷ ପରେ ମିଳିଲା କ୍ଷତିପୂରଣ କିସ୍ତି। ମହାଲିଙ୍ଗ ଓ କୁଲିଆପଡା ଅଞ୍ଚଳରେ ଚାଷୀଙ୍କ ସୁବିଧା ପାଇଁ ନିର୍ମାଣଧୀନ ପଖାନଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଜମି ହରାଇଥିବା ଚାଷିଙ୍କୁ ପ୍ରଥମ କିସ୍ତି କ୍ଷତିପୂରଣ ପ୍ରଦାନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏହି ପଖାନ ଯୋର ପ୍ରକଳ୍ପ ଦ୍ବାରା ୨୭୫ ହେକ୍ଟର ଚାଷ ଜମିକୁ ଜଳ ସେଚନର ଲକ୍ଷ୍ୟ ରଖିଛି କ୍ଷୁଦ୍ର ଜଳ ସେଚନ ବିଭାଗ। ଏହି ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ଅନେକ ଜମିରେ ଦୁଇଟି ଫସଲ ହୋଇପାରିବ।
କଳାହାଣ୍ଡି ଚାଷୀଙ୍କୁ ମିଳିଲା କ୍ଷତି ପୂରଣ କିସ୍ତି - Kalahandi farmers received compensation payments
ଜିଲ୍ଲାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଧୀନରେ ଜମି ହରାଇଥିବା ଚାଷୀଙ୍କୁ ଦୀର୍ଘ ୩ ବର୍ଷ ପରେ ମିଳିଲା କ୍ଷତିପୂରଣ କିସ୍ତି। ସମ୍ପୂର୍ଣ୍ଣ ପଢନ୍ତୁ...
କଳାହାଣ୍ଡି ଚାଷୀଙ୍କୁ ମିଳିଲା କ୍ଷତି ପୂରଣ କିସ୍ତି
ଏଥିପାଇଁ ଅନେକ ଚାଷୀଙ୍କ ଜମି ଗତ 3 ବର୍ଷ ପୂର୍ବେ ଅଧିଗ୍ରହଣ ହୋଇଥିଲା। କ୍ଷତିଗ୍ରସ୍ତ ସମସ୍ତ ୬୪ ଜଣ ଚାଷୀଙ୍କୁ ପ୍ରାୟ ସାଢେ 3 କୋଟି ଟଙ୍କା ପ୍ରଦାନ କରାଯିବ। ତେବେ ସେମାନଙ୍କୁ ପ୍ରଥମ କିସ୍ତିରେ ଚାରିଜଣ ଚାଷୀଙ୍କୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କ୍ଷତିପୂରଣ ଚେକ ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ସେମାନଙ୍କ କ୍ଷତିପୂରଣ ଟଙ୍କା ଚେକ ମାଧ୍ୟମରେ ପାଇଯିବେ ବୋଲି ସୂଚନା ଦେଇଛନ୍ତି କ୍ଷଦ୍ର ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ରମେଶ କୁମାର ସାବତ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ