ଓଡିଶା

odisha

ETV Bharat / state

ଟୋକେନ ବ୍ୟବସ୍ଥାରେ ଅନିୟମିତତା, ମଣ୍ଡିରେ ତାଲା ପକାଇଲେ ଚାଷୀ - କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌

ଟୋକନ ନମିଳିବା ପ୍ରତିବାଦରେ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭରେ ବସିଛନ୍ତି ଚାଷୀ । ଘଟଣାଟି ହେଉଛି ଜିଲ୍ଲାର କଲମପୁର ମଣ୍ଡିର । ଅଧିକ ପଢନ୍ତୁ...

kalahandi farmers protest, kalahandi latest news, farmers put lock in mandi, ମଣ୍ଡିରେ ତାଲା ପକାଇଲେ ଚାଷୀ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡିର ଚାଷୀ ସମସ୍ୟା
ଟୋକେନ ବ୍ୟବସ୍ଥାରେ ଅନିୟମିତତା, ମଣ୍ଡିରେ ତାଲା ପକାଇରେ ଚାଷୀ

By

Published : Dec 28, 2019, 7:40 PM IST

ଭବାନୀପାଟଣା: ଟୋକନ ନମିଳିବା ପ୍ରତିବାଦରେ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭରେ ବସିଛନ୍ତି ଚାଷୀ । ଘଟଣାଟି ହେଉଛି ଜିଲ୍ଲାର କଲମପୁର ମଣ୍ଡିର । ଯେଉଁଠାରେ ଟୋକନ ନମିଳିବାରୁ ମଣ୍ଡିରେ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ଦେଖାଦେଇଛି ଅସୁବିଧା ।

ଟୋକେନ ବ୍ୟବସ୍ଥାରେ ଅନିୟମିତତା, ମଣ୍ଡିରେ ତାଲା ପକାଇରେ ଚାଷୀ

ସୂଚନା ଅନୁଯାୟୀ କଲମପୁର ମଣ୍ଡିରେ ପାଖାପାଖି 50ରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଟୋକନ ମିଳିନାହିଁ । ଏଥିସହ ପ୍ୟାକ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ତେଣେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀକୂଳ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି । ଯଦି ଘଟଣାକୁ ଗୁରୁତ୍ବର ସହ ନେଇ କୌଣସି ପଦକ୍ଷେପ ନନିଆଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ଦେଇଛନ୍ତି ଚାଷୀ । ସେପଟେ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନଥିବାରୁ ଚାଷୀଙ୍କ ମଧ୍ୟରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details