ଭବାନୀପାଟଣା: ଚଳିତ ବର୍ଷ ଜିଲ୍ଲାରେ ସ୍ବାଭାବିକ ଠାରୁ 25 ପ୍ରତିଶତ ଅଧିକ ବର୍ଷା ହୋଇଛି । ଏଥିସହ ଚାଷ କାମ ପାଇଁ ପାଗ ଅନୁକୂଳ ଥିବାବେଳେ ଜମି ମଧ୍ୟ ପ୍ରସ୍ତୁତ କରିସାରିଛି ଚାଷୀ । ହେଲେ କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ମିଳିନାହିଁ ସରକାରୀ ବିହନ । ଧର୍ମଗଡ଼ କୃଷି ଜିଲ୍ଲାରେ ୨୭ ଲକ୍ଷ କ୍ବିଣ୍ଟାଲ ବିହନ ବଦଳରେ ମିଳିଛି ମାତ୍ର ୯ ଲକ୍ଷ କ୍ବିଣ୍ଟାଲ ବିହନ । ଯାହା ଚାଷୀଙ୍କ ଚିନ୍ତା ବଢାଇଛି ।
ସୂଚନାନୁସାରେ, ଧର୍ମଗଡ଼ ବ୍ଲକକୁ ୯ ହଜାର କ୍ବିଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଆସିଛି ମାତ୍ର ୩୮୫୧ କ୍ବିଣ୍ଟାଲ ବିହନ । ସେହିପରି ଗୋଲାମୁଣ୍ଡା ବ୍ଲକକୁ ୧୦ ହଜାର ବଦଳରେ ମାତ୍ର ୨.୫ ହଜାର କ୍ବିଣ୍ଟାଲ ଏବଂ କୋକସରା ବ୍ଲକକୁ ୨୮୧୭ କ୍ବିଣ୍ଟାଲ ଧାନ ବିହନ ମିଳିଛି । ଫଳରେ ବାଧ୍ୟ ହୋଇ ଚଢ଼ା ଦରରେ ବିହନ କିଣୁଛି ଚାଷୀ ।