ଭବାନୀପାଟଣା:କୋରୋନା କଟକଣା ପାଇଁ ଫିକା ପଡିଛି ଦଶହରା। ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ହେଲେ କଟକଣା ପାଇଁ ଶ୍ରଦ୍ଧାଳୁ ଶୁନ୍ୟ ପୂଜା ମଣ୍ଡପ। ସବୁଠି କୋରୋନାର କରାଳ ଛାୟା।
ପରମ୍ପରା ଅନୁଯାୟୀ ନୀତି କାନ୍ତିରେ ଚାଲିଛି ମା’ ଦଶଭୁଜାଙ୍କ ଆବାହନ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗାପୂଜା କେବଳ ନୀତିକାନ୍ତିରେ ହିଁ ସୀମିତ ରହିଛି। ଭବାନୀପାଟଣା ସହରର ନିକଟିଗୁଡା, ପରଦେଶୀ ପଡା, ରିଜର୍ଭ ପୋଲିସ ପଡିଆ,ବଜାର ପଡା ଓ ମନ୍ଦାର ବଗିଚା ପଡା ଆଦି ସ୍ଥାନରେ ମାଁ'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ତେବେ ନିକଟଗୁଡା ପୂଜା କମିଟି ଦୀର୍ଘ ଦିନ ଧରି ଧୁମ ଧାମରେ ପାଳନ କରାଯାଉଥିବା ଦୁର୍ଗାପୂଜା ଚଳିତ ବର୍ଷ ସମ୍ପୂର୍ଣ୍ଣ ଫିକା ପଡିଛି।