ଭବାନୀପାଟଣା:ଜିଲ୍ଲାରେ ହଜାର ହଜାର ଡ୍ରାଇଭର କର୍ମଚାରୀ ରହିଥିବାବେଳେ ସେମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି । ତେବେ ଗତ କିଛିଦିନ ପୂର୍ବରୁ ଡ୍ରାଇଭରଙ୍କ ବିଭିନ୍ନ ଦାବି ଉପରେ ସରକାର ନିଷ୍ପତ୍ତି ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଏହାକୁ ନେଇ ଆଜି(ମଙ୍ଗଳବାର) ଜିଲ୍ଲାର ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସମାଜରେ ଡ୍ରାଇଭରଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସରକାର ସେମାନଙ୍କ କୌଣସି ସମସ୍ୟାର ସମାଧାନ କରିପାରୁ ନାହାଁନ୍ତି । ଏ ନେଇ ଜିଲ୍ଲାରେ ପ୍ରତିବାଦ କରିଛି ଡ୍ରାଇଭର ମହାସଂଘ । ମା' ମାଣିକେଶ୍ବରୀ ମଣ୍ଡିରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସଭାର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି ।