ଓଡିଶା

odisha

ETV Bharat / state

କଳାହାଣ୍ଡିର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଯୋଗମାୟା ପୀଠ, ବର୍ଷ ତମାମ ଲାଗେ ପର୍ଯ୍ୟଟକଙ୍କ ଗହଳି - ଯୋଗମାୟା ପୀଠ

କଳା, ଭାସ୍କର୍ଯ୍ୟ, ଦେବାଦେବୀ ପୀଠ ଏବଂ ପ୍ରାକୃତିକ ଶୋଭାରାଜି ମଣ୍ଡିତା ରାଜ୍ୟର ଅନ୍ୟତମ ଜିଲ୍ଲା ଭାବରେ ପ୍ରସିଦ୍ଧ କଳାହାଣ୍ଡି । ଏଠାକାର ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ପରିଚିତ ଯୋଗମାୟା ପୀଠ ଓ ଆଦ୍ୟପୀଠ ଗୁମ୍ଫା । ଅଧିକ ପଢନ୍ତୁ,

କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଯୋଗମାୟା ପୀଠ
କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଯୋଗମାୟା ପୀଠ

By

Published : Feb 19, 2023, 4:20 PM IST

କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଯୋଗମାୟା ପୀଠ

ଭବାନୀପାଟଣା: କଳା, ଭାସ୍କର୍ଯ୍ୟ, ଦେବାଦେବୀ ପୀଠ ଏବଂ ପ୍ରାକୃତିକ ଶୋଭାରାଜି ମଣ୍ଡିତା ରାଜ୍ୟର ଅନ୍ୟତମ ଜିଲ୍ଲା ଭାବରେ ପ୍ରସିଦ୍ଧ କଳାହାଣ୍ଡି ଜିଲ୍ଲା । ଏଠାରେ ଥିବା ଶକ୍ତି ଓ ଶାକ୍ତ ପରମ୍ପରାର ମିଳନ ସ୍ଥଳୀ ଏବଂ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ପରିଚିତ ସୃଷ୍ଟି କରିଛି ଯୋଗମାୟା ପୀଠ ଓ ଆଦ୍ୟପୀଠ ଗୁମ୍ଫା । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଏଠାରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟେ ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ପୂର୍ବଘାଟ ପର୍ବତମାଳାର ଐତିହାସିକ ବିରିପୁଡା ପାହାଡ଼ ପାଦ ଦେଶରେ ରହିଛି ପ୍ରସିଦ୍ଧ ଯୋଗମାୟା ପୀଠ । ପୂର୍ବପୁରୁଷଙ୍କ କହିବା ଅନୁଯାୟୀ ଏଠାରେ ଉଭା ହୋଇଥିଲେ ଦେବୀ ଯୋଗମାୟା ଓ ପାତାଳେଶ୍ବର ବାବା । ଏଥିସହ ପାହାଡ଼ ପର୍ବତ ଘେରା ଘଞ୍ଚ ବନାନୀ ମଧ୍ୟରେ ଥିବା ଏହି ଦୁଇ ମନ୍ଦିରଠୁ କିଛି ଦୂରରେ ରହିଛି ଦେବ ଗୁମ୍ଫା । ଏହାରି ଭିତରେ ରହିଛି ବିରାଟ ପ୍ରସ୍ତର ଖଣ୍ଡରେ ପ୍ରଘଟ ହୋଇଥିବା ବାବା ଧବଳେଶ୍ବର । ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରି ଏଠାରେ ସମ୍ପନ୍ନ ହୁଏ ଶିବ ଓ ଶାକ୍ତ ପୂଜାର୍ଚ୍ଚନା ।

ପୁରାତନ କାଳରୁ ଆଜି ଯାଏଁ ଏଠାରେ ପୂଜା ପାଇଆସୁଛନ୍ତି ମାଆ ଯୋଗମାୟା ଓ ବାବା ପାତାଳେଶ୍ବର । ମାଆ ଓ ବାବା ପାତାଳେଶ୍ବେରଙ୍କ ଦର୍ଶନ କଲେ ସବୁ ଦୁଃଖ କଷ୍ଟ ଦୂର ହୁଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ତେବେ ଅନନ୍ୟ ଦେବୀ ପରମ୍ପରା ଓ ପ୍ରକୃତି ରାଣୀର କୁହୁକରେ ଆକୃଷ୍ଟ ହୋଇ ଏଠାକୁ ଛୁଟି ଆସିଥାନ୍ତି ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ।


ତେବେ ମହାଶିବରାତ୍ରି ଦିନରେ ଯୋଗାମାୟାଙ୍କୁ ଦର୍ଶନ କରିବା ସହ ପାତାଳେଶ୍ବର ବାବାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ ଶ୍ରଦ୍ଧାଳୁ । ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଘଣ୍ଟଘଣ୍ଟା, ହୁଳହୁଳି ଓ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରାପରିବେଶ ।



ସୂଚନା ଥାଉ କି, ଜିଲ୍ଲା ସଦର ମହକୁମାର ଭବାନୀପାଟଣା ଠାରୁ ଜାତୀୟ ରାଜପଥରେ ୩୫ କିଲୋମିଟର ଯିବା ପରେ ଗୁର୍ଜିମୁଣ୍ଡା ଗାଁ ରହିଛି । ଏହି ଗାଁ ସ୍ଥିତ ବିରିପୁଡା ପାହାଡ଼ ନିକଟରେ ରହିଛି ଯୋଗମାୟା ପୀଠ । ଏବଂ ଏଠାରୁ ମାତ୍ର ୧୩ କିଲୋମିଟର ଦୂରରେ ରହିଛି କେସିଙ୍ଗା ରେଳ ଷ୍ଟେସନ । ଫଳରେ ଗମନାଗମନାର ସୁବିଧା ଥିବାରୁ ଲୋକେ ଏଠାକୁ ସହଜରେ ଆସି ବୁଲି ଉପଭୋଗ କରିପାରିବେ ବୋଲି ସ୍ଥାନୀୟଲୋକେ ମତ ପ୍ରକାଶ କରିଛନ୍ତି । ତେବେ ଏଥିସହ ଏହି ସ୍ଥାନକୁ ଅଧିକ ଆକର୍ଷଣର ରୂପ ଦେଇଛନ୍ତି କିଛି ସ୍ଥାନୀୟ ଉଦ୍ୟୋକ୍ତା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details