ଭବାନୀପାଟଣା: ବଣ ପାହାଡ଼ ଘେରା ଓଡିଶାର ପଛୁଆ ଜିଲ୍ଲା ଭାବେ ପରିଚିତ ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲା । ଯେଉଁଠି ପ୍ରତିଦିନ ଦେଖିବାକୁ ମିଳେ ଜୀବନ ଜୀଵିକା ସହିତ ସଂଘର୍ଷ କରୁଥିବା ମଣିଷମାନଙ୍କୁ । ବଞ୍ଚିବା ପାଇଁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଆଦିବାସୀ । ଆଉ ମୋବାଇଲ ଫୋନ କଥା ନକହିବା ଭଲ । ଆଧୁନିକ ଯୁଗରେ ମୋବାଇଲ ଯେଉଁଠି ଲୋକଙ୍କ ପାଇଁ ସ୍ବପ୍ନ, ସେଠାରେ ପିଲା ମୋବାଇଲରେ କେମିତି ପଢିବେ ପାଠ ?
ନାଁକୁ ମାତ୍ର ଅନଲାଇନ ଶିକ୍ଷାଦାନ, 70% ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍ - education system
ପାଠ ଗଲାଣି ଚୁଲିକୁ । ଆଉ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଲକଡାଉନରେ ପିଲାଙ୍କ ବହି ବସ୍ତାନୀ ସଟଡାଉନ । ଏହା ହେଉଛି ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । କୋରୋନା କାଳରେ ଓଡିଶାର ପଛୁଆ କଳାହାଣ୍ଡି ଜିଲ୍ଲା ଆହୁରୀ ପଛକୁ ଚାଲିଗଲାଣି । ସରକାରଙ୍କ ଅନଲାଇନ ଶିକ୍ଷାଦାନ ଏଠି ପିଲାଙ୍କ ପାଇଁ ଦିବାସ୍ବପ୍ନ ସଦୃଶ....
![ନାଁକୁ ମାତ୍ର ଅନଲାଇନ ଶିକ୍ଷାଦାନ, 70% ପିଲାଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍ ଭୁଶୁଡି ପଡିଲାଣି ଶିକ୍ଷା ବ୍ୟବସ୍ଥା, ଲକଡାଉନରେ ପିଲାଙ୍କ ପାଠ ସଟଡାଉନ](https://etvbharatimages.akamaized.net/etvbharat/prod-images/768-512-9119263-thumbnail-3x2-phone.jpg)
ସେପଟେ ବିନା ଶିକ୍ଷକରେ ନୂଆ ବହି ପିଲାଙ୍କ ପାଇଁ ପାଲଟିଛି ଅଜଣା ବସ୍ତୁ । ଏହା ହେଉଛି କଳାହାଣ୍ଡି ସରକାରୀ ବିଦ୍ୟାଳୟ ପିଲାଙ୍କ ଅବସ୍ଥା । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହ୍ବାଟ୍ସ ଆପରେ ପିଲାଙ୍କ ସହ ସମ୍ପର୍କ ସ୍ଥାପନ ବ୍ୟବସ୍ଥା । ଡିଜିଟାଲ ଦୁନିଆରେ ଆମେ ପାଦ ଥାପିଛେ । ଅତ୍ୟାଧୁନିକ ବ୍ୟବସ୍ଥାରେ ଶିକ୍ଷାଦାନ ହେଉଛି । ଲକଡାଉନରେ ବି ଚାଲିଛି ଅନଲାଇନ ପାଠପଢା । ହେଲେ ପ୍ରକୃତରେ ଏହାର ସଫଳତା ଉପରେ କାହାରି ନାହିଁ ନଜର । କଳାହାଣ୍ଡି ଭଳି ଜାଗାରେ ସମସ୍ତ ପିଲାଙ୍କ ପାଖରେ ଏହି ସୁବିଧା ପହଞ୍ଚିବା ଅସମ୍ଭବ । ଏଣୁ ଏବେ ସରକାର ନେଇଛନ୍ତି ଆଉ ଏକ ପଦକ୍ଷେପ ।
ଜିଲ୍ଲା ଶିକ୍ଷା ବିଭାଗ ର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୪୧୧ ସରକାରୀ ସ୍କୁଲ ଥିବାବେଳେ ୨୨୭୫ ଗୋଟି ସ୍କୁଲ ଶିକ୍ଷା ସଂଯୋଗ ରେ ସାମିଲ ହୋଇ ପାରିଛନ୍ତି । ଅନଲାଇନ ଶିକ୍ଷାଦାନ ପାଇଁ ୨୪୧୩୯ ଟି ହ୍ବାଟ୍ସ ଗ୍ରୁପ ଖୋଲାଯାଇଛି ହେଲେ ମାତ୍ର ୨୨.୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବାବେଳେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇପାରିଛନ୍ତି ମାତ୍ର ୨୭.୮୩ ପ୍ରତିଶତ ଛାତ୍ରଛାତ୍ରୀ । ଯାହା ସରକାରଙ୍କ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥାକୁ ଦେଖିଲେ ଧର୍ମକୁ କେବଳ ଆଖିଠାର ଭଳି ମନେ ହୁଏ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ