ଓଡିଶା

odisha

ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ ଧାରଣା

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ କଳାହାଣ୍ଡି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢନ୍ତୁ...

By

Published : Nov 1, 2021, 7:13 PM IST

kalahandi district bjp protest for justice of mamita
ମମିତାଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ବିଜେପିର ଧାରଣା

ଭବାନୀପାଟଣା:ମମିତାଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା ବଜେପିର ଧାରଣା । ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି । ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଲିଙ୍କ ଥିବାରୁ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ।

ମମିତାଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ବିଜେପିର ଧାରଣା

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି କଳାହାଣ୍ଡି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ମମିତାଙ୍କୁ ନ୍ୟାୟ ଦାବି କରି ଧର୍ମଗଡ଼ ଚାରି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି ।

ମନ୍ତ୍ରୀ ବହୁ ବିଳମ୍ବରେ ମୁହଁ ଖୋଲି ଥିବାବେଳେ ଏହାକୁ କାଉଣ୍ଟର କରିଛି ବିଜେପି । ସମସ୍ତ ପ୍ରମାଣ ନଷ୍ଟ କରିବା ପରେ ମନ୍ତ୍ରୀ ମୁହଁ ଖୋଲିଛନ୍ତି ବୋଲି ଦଳ କହିଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେଲେ ଏହି ଘଟଣାର ସତ୍ୟାସତ୍ୟ ସାମାନାକୁ ଆସିବ ବୋଲି ବିଜେପି କହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details