ଓଡିଶା

odisha

ETV Bharat / state

କୋରୋନା ସଂକ୍ରମଣକୁ ନେଇ ସଜାଗ କଳାହାଣ୍ଡି, ସୀମାରେ ଜୋରଦାର ଚେକିଂ - kalahandi corona inffection

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ । ଏଥିପାଇଁ ଓଡ଼ିଶା ଛତିଶଗଡ଼ ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ଅଧିକ ପଢ଼ନ୍ତୁ...

କୋରୋନା ସଂକ୍ରମଣକୁ ନେଇ ସଜାଗ କଳାହାଣ୍ଡି, ସୀମାରେ ଜୋରଦାର ଚେକିଂ
କୋରୋନା ସଂକ୍ରମଣକୁ ନେଇ ସଜାଗ କଳାହାଣ୍ଡି, ସୀମାରେ ଜୋରଦାର ଚେକିଂ

By

Published : Apr 5, 2021, 7:14 PM IST

ଭବାନୀପାଟଣା: ଦିନକୁ ଦିନ କୋରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହାକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ । ଛତିଶଗଡ଼ରୁ ଲୋକ ଜିଲ୍ଲାକୁ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଇଥିବା ସନ୍ଦେହ କରୁଛି ପୋଲିସ। ଏଥିପାଇଁ ଓଡ଼ିଶା ଛତିଶଗଡ଼ ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ତେବେ କିଭଳି ରହିଛି ଯାଞ୍ଚ ବ୍ୟବସ୍ଥା ସେ ନେଇ ଇଟିଭି ଭାରତ ପହଞ୍ଚିଥିଲା ଓଡ଼ିଶା ଛତିଶଗଡ଼ ସୀମାରେ ।

କୋରୋନା ସଂକ୍ରମଣକୁ ନେଇ ସଜାଗ କଳାହାଣ୍ଡି, ସୀମାରେ ଜୋରଦାର ଚେକିଂ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ଲାଗିଥିବା ଓଡିଶା ଛତିଶଗଡ଼ ସୀମାରେ ପୋଲିସ କଡ଼ା ପହରା ଦେଉଥିବା ଦେଖିବାକୁ ମିଳିଛି । ସେଠାରୁ ଛତିଶଗଡ଼ର ଦୂରତା ମାତ୍ର ୧ କିଲୋମିଟର । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୯୭ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସୀମାବର୍ତ୍ତୀ ଗାଁଲୋକଙ୍କ ଚିନ୍ତା ବଢ଼ିଯାଇଛି ।

ଛତିଶଗଡ଼ ଦେଭୋଗ ଅଞ୍ଚଳରୁ ପ୍ରତ୍ୟେକ ଦିନ ଧର୍ମଗଡ଼ ସହରକୁ ଶହଶହ ଲୋକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିବା ସହ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ନେବାକୁ ଆସିଥାନ୍ତି। ଏଥିପାଇଁ ସୀମାରେ ଚେକିଂକୁ ଜୋରଦାର କରିଛନ୍ତି ଉଭୟ ଛତିଶଗଡ଼ ଓ କଳାହାଣ୍ଡି ପୋଲିସ। ସୀମାରେ ଦୈନିକ ଦୁଇଟି ସିଫ୍ଟରେ ପୋଲିସ କର୍ମୀମାନେ ଡ୍ୟୁଟି କରୁଛନ୍ତି। ଏଠାରେ ମାକ୍ସ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଛି। ଯେଉଁମାନେ ବିନା ମାକ୍ସରେ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି ସେମାନଙ୍କଠୁ ଫାଇନ ଆଦାୟ କରାଯାଉଛି ।

ସେହିପରି ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଲୋକଙ୍କ ସମ୍ପୂର୍ଣ ବିବରଣୀ ରଖୁଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ। ଛତିଶଗଡ଼ରୁ ଆସୁଥିବା ଲୋକେ ଆସିବାର କାରଣ ଓ ସେମାନେ କେତେ ସମୟ ମଧ୍ୟରେ ଫେରିବେ ତାହାର ବିବରଣୀ ରଖୁଛି ପୋଲିସ। ବିନା କାରଣରେ କାହାରିକୁ ଜିଲ୍ଲା ପ୍ରବେଶ କରାଇ ଦିଆଯାଉନାହିଁ। ଅପରପକ୍ଷରେ ଛତିଶଗଡ଼ରୁ ଆସୁଥିବା କୌଣସି ବ୍ୟକ୍ତିଙ୍କ ମଧ୍ୟରେ ଯଦି କୌଣସି କୋରୋନା ଲକ୍ଷଣ ଦେଖାଗଲେ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details