ଭବାନୀପାଟଣା: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି। ପରୀର ବାପା ମା’ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ଉକ୍ତ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ସ୍ଥାନୀୟ ବିଜେଡି ନେତା ବାବୁଲିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଆନ୍ଦୋଳନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ପରୀ ହତ୍ୟା ଘଟଣା ନେଇ କଳାହାଣ୍ଡି ବିଜେପିର ବିକ୍ଷୋଭ - pari case kalahandi protest
ଅରୁଣ ସାହୁଙ୍କ ଇସ୍ତଫା ଦାବି କରିବା ସହ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । ଅଧିକ ପଢନ୍ତୁ...
ପରୀ ହତ୍ୟା ଘଟଣା କୁନେଇ କଳାହାଣ୍ଡି ବିଜେପିର ବିକ୍ଷୋଭ
ଅରୁଣ ସାହୁଙ୍କ ଇସ୍ତଫା ଦାବି କରିବା ସହ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ପରେ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ