ଭବାନୀପାଟଣା: ଦେବଗଡ଼ ଜିଲ୍ଲା ବିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ବିନା ତଦନ୍ତରେ ବିଧାୟକଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି । ଘଟଣାର ନିରପେକ୍ଷ ତଦନ୍ତ ସହ ବିଡିଓଙ୍କ ବିରୁଦ୍ଧରେ ମଧ୍ୟ ସରକାରୀ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ବିନା ତଦନ୍ତରେ ବିଧାୟକଙ୍କୁ ଗିରଫ ଅଭିଯୋଗ, SP ଅଫିସ ଆଗରେ ବିଜେପିର ଧାରଣା - ବିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ଘଟଣା
ଦେବଗଡ଼ ଜିଲ୍ଲା ବିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ଅଧିକ ପଢନ୍ତୁ
ବିନା ତଦନ୍ତରେ ବିଧାୟକଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରି ଏସପିଙ୍କ ଅଫିସ ଆଗରେ ବିଜେପିର ଧାରଣା
ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ ଓ ସରକାରୀ କର୍ମଚାରୀ ମାନେ ବୁକ ସର୍କୁଲାର ୪୭ର ଅବମାନନାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସପିଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରିଛି ବିଜେପି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ଅନେକ କର୍ମୀ ଓ ନେତା ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ